୧୧ ଖଣ୍ଡ ଶାଗୁଆନ୍ ଗଣ୍ଡି ଜବତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଉତ୍ତର ଘୁମୁସର ବନଖଣ୍ଡ ଅଧୀନସ୍ଥ କେନ୍ଦ୍ରୀୟ ବନାଞ୍ଚଳର ଗାଙ୍ଗପୁର ସେକ୍ସନ ସିଆରିମାଳ ଗ୍ରାମରୁ ଆଜି ବନ ବିଭାଗ ଲକ୍ଷାଧିକ ଟଙ୍କାର ଶାଗୁଆନ୍ ଗଣ୍ଡି ଜବତ କରିଛି I ସୂଚନା ପ୍ରକାରେ କୌଣସି ସୂତ୍ରରୁ ଖବର ପାଇ ଆଜି ଗାଙ୍ଗପୁର ପୋଲିସ୍ ଏବଂ ବନ ବିଭାଗ ମିଳିତ ଭାବେ ସିଆରିମାଳ ଗ୍ରାମରେ ଚଢ଼ାଉ କରି ଗ୍ରାମର ଏକ ଗୁହାଳରୁ ୧୧ ଖଣ୍ଡ ଶାଗୁଆନ୍ ଗଣ୍ଡି ଜବତ କରି ଗାଙ୍ଗପୁର ସେକ୍ସନ୍ କାର୍ଯ୍ୟାଳୟ ପରିସରକୁ ଆଣିଛନ୍ତି I ଆଜିର ଚଢାଉରେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ନେତୃତ୍ୱରେ ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା,କାଳିଆମ୍ବା ବନପାଳ ଶରତ ମହାନ୍ତି, ଭଞ୍ଜନଗର ବନପାଳ ଶଙ୍କର ଗୌଡ଼, ଗାଙ୍ଗପୁର ବନରକ୍ଷୀ ବିଜ୍ଞାନୀ ବେହେରା, ସ୍କ୍ଵାଡ୍ ଉତ୍ତମ ପ୍ରଧାନ, ଶିବରାମ ବିଷୋୟୀ, ପୋଲିସ୍ କନଷ୍ଟେବଲ୍ ରାଜୁ ବେହେରା ପ୍ରମୁଖ ସାମିଲ୍ ଥିଲେ I ଘଟଣାରେ ସମ୍ପୃକ୍ତ ସିଆରିମାଳ ଗ୍ରାମର ସଞ୍ଜୟ ନାୟକଙ୍କ ବିରୁଦ୍ଧରେ ଓଆର୍ କେଶ୍ ନମ୍ବର୍ ୩୦୧/୨୧ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ