ବିଭିନ୍ନ ଦାବି ନେଇ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମହାସଂଘର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବର୍ଷ ବର୍ଷ ଧରି ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମାନେ ସରକାରଙ୍କ ଦ୍ୱାରା ଅବହେଳିତ ହୋଇ ନାନା ସମସ୍ୟାର ସମ୍ମୁଖୀନ ହୋଇ ନିଜର ମୌଳିକ ସୁବିଧା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ I ତେଣୁ ରାଜ୍ୟ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମହାସଂଘର ଆହ୍ୱାନ୍ କ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମହାସଂଘ ନିଜର ବିଭିନ୍ନ ଦାବି ସମ୍ପର୍କରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି I ମହାସଂଘର ଦାବିପତ୍ରରେ ଜଳ ଯୋଗାଣ କର୍ମଚାରୀଙ୍କୁ ଏସ୍ଇଏମ୍ ପଦବୀ ଉଚ୍ଛେଦ କରି ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ମାନ୍ୟତା ପ୍ରଦାନ, ଅତି କୁଶଳୀ, କୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଅଣ କୁଶଳୀ ନିୟମ ପାଳନ, ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚ ନ୍ୟାୟାଳୟର ଆଦେଶନାମା ପ୍ରକାରେ କର୍ମଚାରୀଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ,ବୟସ ସୀମା କୋହଳ, ପୂର୍ବ ବକେୟା ପ୍ରଦାନ ,କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ପରେ ଅନୁକମ୍ପା ରାଶି ପ୍ରଦାନ ସହିତ ପରିବାରର ଜଣଙ୍କୁ ନିଯୁକ୍ତି ପ୍ରଦାନ ଏବଂ ମେଗା ପ୍ରକଳ୍ପରେ ଜଳ ଯୋଗାଣ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସମ୍ପର୍କରେ ଉଲ୍ଲେଖ କରାଯାଇଛି I ଆଜି ବେଲଗୁଣ୍ଠା ବ୍ଳକ୍ ଗ୍ରାମୀଣ ଜଳ ଯୋଗାଣ ମହାସଂଘ ସଭାପତି ଅମୂଲ୍ୟ ସ୍ୱାଇଁ, ଉପସଭାପତି ଲିଲନ୍ ବିଶ୍ୱାଳ, ସାଧାରଣ ସମ୍ପାଦକ ଭଗବାନ ବେହେରା,ଯୁଗ୍ମ ସମ୍ପାଦକ ଶ୍ୟାମ ସୁନ୍ଦର ବିଷୋୟୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢୀ, ଆରଡବ୍ଳ୍ୟୁଏସ୍ଏସ୍ କନିଷ୍ଠ ଯନ୍ତ୍ରୀ ସରିତା ପତି ଏବଂ ବେଲଗୁଣ୍ଠା ଥାନା ପରିସରରେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ I ଏହା ସହିତ ଏହାର ଏକକିତା ନକଲ ଗଞ୍ଜାମ ଜିଲ୍ଳାପାଳ ଏବଂ ଆରଡବ୍ଳ୍ୟୁଏସ୍ଏସ୍ ଜିଲ୍ଳା ମୁଖ୍ୟ ଯନ୍ତ୍ରୀଙ୍କୁ ମଧ୍ୟ ପ୍ରେରଣ କରିଥିଲେ I କର୍ମଚାରୀଙ୍କ ସମସ୍ୟା ସମାଧାନ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ କର୍ମଚାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବେ ବୋଲି ମହାସଂଘ ସଭାପତି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ