ପ୍ରଧାନ ଶିକ୍ଷକଙ୍କ ମନୋମୁଖି କାର୍ଯ୍ୟ ବିରୁଦ୍ଧରେ ଗ୍ରାମବାସୀଙ୍କ ଅଭିଯୋଗ
ହାଟଡ଼ିହି, (ବିକାଶ ବିଶ୍ୱାଳ):ବିକେ ହାଇସ୍କୁଲ ସୋସୋ କାନପୁରର ପ୍ରଧାନ ଶିକ୍ଷକଙ୍କ ମନୋମୁଖି କାର୍ଯ୍ୟକଳାପ ବିରୁଦ୍ଧରେ ଗ୍ରାମବାସୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ବିକେ ହାଇସ୍କୁଲ ସୋସୋ କାନପୁରର ପ୍ରଧାନ ଶିକ୍ଷକ କିଛି ମୁଷ୍ଟିମେୟ ରାଜନେତାଙ୍କ ପ୍ରରୋଚନାରେ ପଡି ସ୍କୁଲରେ ଚାଲିଥିବା ୫-ଟିର ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ କାମକୁ ଅତି ନିମ୍ନମାନର କରି ଅର୍ଥ ତୋଷାରପାତ କରିବା ପାଇଁ ମସୁଧା ଚଳାଇଛନ୍ତି । ସ୍କୁଲ ସୌନ୍ଦର୍ଯ୍ୟକରଣ ପାଇଁ ଡିଏମଏଫରୁ ୧୭ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ କୌଣସି କାର୍ଯ୍ୟକୁ ଠିକ ଭାବେ କରାଯାଇ ନାହିଁ । ଏପରିକି ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ର ସଂସଦ କିମ୍ବା ଅଭିଭାବକ ମାନଙ୍କୁ ମଧ୍ୟ ପଚରା ଯାଉନି । ୨ବର୍ଷ ତଳେ ନିର୍ମାଣ କରାଯାଇଥିବା ଘରକୁ ମରାମତି ଓ ରଙ୍ଗଦେବା ନାଁ ବିନିଯୋଗ ପ୍ରମାଣପତ୍ର ପ୍ରସ୍ତୁତ କରୁଛନ୍ତି । ବିଦ୍ୟାଳୟର ସାମଗ୍ରୀକ ବିକାଶ ନିମିତ ପ୍ରତିବଦ୍ଧତା ନଥିବା ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜର ସ୍ୱାର୍ଥ ସାଧନ ପାଇଁ ବିଦ୍ୟାଳୟର ଭିତ୍ତିଭୁମୀକୁ ଦୋହଲାଇ ଦେଇଛନ୍ତି । ପ୍ରଧାନ ଶିକ୍ଷକଙ୍କୁ ଗ୍ରାମବାସୀମାନେ ପଚାରିବାରେ ସେ ସମୟ ଆସିଲେ ସବୁ ଠିକ ହୋଇଯିବ ବୋଲି କହୁଛନ୍ତି ବୋଲି ରମେଶ ଚନ୍ଦ୍ର ମହାନ୍ତି, ଦୀନବନ୍ଧୁ ପହି, ବୈଲୋଚନ ନାୟକ, ନାରାୟଣ ରାଉତ, ଅଜୟ ସିଂ, ପ୍ରଣବ ମହାନ୍ତି, ବାବନ ରାଉତ, ବସନ୍ତ ମହାନ୍ତି, କୃଷ୍ଣଚନ୍ଦ୍ର ପହି, ବିଶେଶ୍ୱର ଦାସ, କୁଳମଣୀ ରାଉତ, ରାମଚନ୍ଦ୍ର ପାଗଳ ପ୍ରମୁଖ ଅଭିଯୋଗ କରିବାସହ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଡିଇଓଙ୍କୁ ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସରକାରୀ ଗାଇଡ ଲାଇନ ଅନୁଯାଇ କାମ କରାଯାଉଛି, କାମ ସମ୍ପୁର୍ଣ୍ଣ ହୋଇ ନାହିଁ ବୋଲି ସେ କହିଛନ୍ତି ।