ଏଡିଏମ ଓ ପିଡିଙ୍କ ସମ୍ପତ୍ତି ଯାଞ୍ଚ ଓ ବଦଳି ଦାବିରେ ବିଜେପିର ଗଣଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଭିନ୍ନ ଭିନ୍ନ ପଦବୀରେ ରହି ବିଭିନ୍ନ ଦୃନୀତି ଦ୍ୱାରା କୋଟି କୋଟି କଳା ଟଙ୍କା ଅର୍ଜନ କରିଥିବା ୨ଜଣ ଅଧିକାରୀ ଏଡିଏମ ଓ ପିଡିଙ୍କ ସମ୍ପତ୍ତି ଯାଞ୍ଚ ଓ ବଦଳି ଦାବିରେ ବିଜେପି ତରଫରୁ ଅଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ଭିକ୍ଷୋବ ପ୍ରଦର୍ଶନ କରାଯାଇଥିଲା । ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଜପତି ପ୍ରଶାସନ ଦ୍ୱାରା ଏହି ୨ଅଧିକାରୀଙ୍କ ବିରୁଦ୍ଧରେ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ମୁନିସିପାଲଟି କାର୍ଯ୍ୟାଳୟ ଛକ ଠାରୁ ବିଜେପିର ଏକ ବିରାଚଟ ର୍ୟାଲି ପାରଳା ସହର ପରିକ୍ରମା କରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରମା ସହ ବିକ୍ଷୋବ ପ୍ରଦାନ କରାଯାଇଥିଲା । ପାରଳା ବିଦାୟକ ଶ୍ରୀ ରାଓ ଏଥିରେ ତୀବ୍ର ସମାଲୋଚନା କରି କହିଥିଲେ ରାଜ୍ୟର ଦୃର୍ନୀତିଗ୍ରସ୍ତ ନବୀନ ସରକାରଙ୍କ ଛତ୍ରଛାୟାରେ ଚାମ୍ଚା ସାଜି ବହୁ ବର୍ଷ ଧରି ବିଭିନ୍ନ ପଦପଦବୀରେ ରହି ବର୍ତ୍ତମାନର ଗଜପତି ଏଡିଏମ ସଂଗ୍ରାମ ଶେଖର ପଣ୍ଡା ଓ ପିଡି ଡିଆରଡିଏ ଅନାମ ଚରଣ ପାତ୍ର କୋଟି କୋଟି ଟଙ୍କା ଲୁଟ କରି କଳା ଟଙ୍କାର ସମ୍ପତ୍ତି ସାଇତି ଛନ୍ତି । ଏମାନଙ୍କ ବ୍ୟାପକ ଦୃର୍ନୀତି ନେଇ ବିଧାନସଭା ଠାରୁ ଆରମ୍ଭ କରି ସବୁ ସ୍ତରରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ନବୀନ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି । ଏମାନଙ୍କ ଦୁର୍ନୀତି ଯୋଗୁଁ ବହୁ ଜନହିତକର ଯୋଜନା କେବଳ କାଗଜ କଲମରେ ସିମିତ ରହିଛି । ଲୋକେ ଏହାର କୌଣସି ସୁଫଳ ପାଇପାରୁ ନାହାଁନ୍ତି । ଦୃର୍ନୀତିର କଳା ଟଙ୍କାର ଭାଗିଦାର ଥିବା ବିଜେଡି ସରକାର ଏହି ୨ଚାମ୍ଚା ଅଧିକାରୀଙ୍କ ବିରୁଦ୍ଧରେ କାହିଁକି ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଶ୍ନ କରି ଏମାନଙ୍କ ସମ୍ପତ୍ତିର ଯାଞ୍ଚ ସମେତ ତୁରନ୍ତ ଏମାନଙ୍କ ବଦଳି ଦାବି କରିଛନ୍ତି । ଏହି ୨ ଅଧିକାରୀଙ୍କ ଦୃର୍ନୀତିର ଚିଠା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଜପତି ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି । ଏହି ଗଣ ଧାରଣାରେ ବରିଷ୍ଠ ବିଜେପି ନେତା ନରସିଂହ ପଟ୍ଟନାୟକ,ଜଗନ୍ନାଥ ମହାପାତ୍ର,ସି.ଏଚ.ସିମାଦ୍ରୀ,ସୁନୀଲ ମହାପାତ୍ର,ତ୍ରିପତୀ ନାୟକ,ଅରୁଣିମା ସାହୁ ,ସିଏଚ ତାରକେଶ୍ୱରୀ,ପି.ଲତା,କେ.ପୁଣ୍ୟବତୀ,ଶ୍ରୀଧର ନାଇଡୁ,ପ୍ରଶାନ୍ତ ପାଳପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।