ଜାଡ଼ ରେ ଥରୁଛି କରଞ୍ଜିଆ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ପ୍ରବଳ ଶୀତ ରେ ଥରୁଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଓ ଆଖପାଖ ଅଞ୍ଚଳ ।କରଞ୍ଜିଆ ସହର ଯାତୀୟ ଉଦ୍ୟାନ ଶିମିଳିପାଳ ପାଦଦେଶ ଅନ୍ତର୍ଗତ । କିଛିଦିନ ହେବ କରଞ୍ଜିଆ ଏବଂ ଆଖପାଖ ଅଞ୍ଚଳ ରେ ଶୀତ ପ୍ରବାହ ବୃଦ୍ଧି ପାଇଛି ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବୃଦ୍ଧ,ବୃଦ୍ଧା, ଶିଶୁ ଥଣ୍ଡା ରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି ।ବନବିଭାଗ ଙ୍କ ସୂଚନା ଅନୁଯାୟୀ ଶିମିଳିପାଳ ଅନ୍ତର୍ଗତ ବଡ଼ ବାର।କାମୁଡ଼ା ରେ ତାପମାତ୍ରା ନିମ୍ନଗାମୀ ହୋଇ ଛଅ ଡିଗ୍ରୀ ସେଲସିୟସ ରେ ପହଞ୍ଚିଛି। ତେବେ ଏହାର ପ୍ରଭାବରେ ଏ ଅଞ୍ଚଳ ରେ ଶୀତ ର ଲହରୀ ବଢ଼ିବାରେ ଲାଗିଛି । । ଦୁଇ ଦିନ ହେବ ଜିଲ୍ଳାର ପାଞ୍ଚପିଢ଼ ଉପଖଣ୍ଡ ରେ ଶୀତର ଲହରୀ ଲାଗି ରହିଛି । ବିଭିନ୍ନ ଅଂଚଳରେ ଏବେ ଶୀତ ବଢିବାକୁ ଲାଗିଲାଣି ।ପ୍ରବଳ ଶୀତ ରେ ଥରୁଛି କରଞ୍ଜିଆ ଅଞ୍ଚଳ ଆଗାମୀ ତିନି ଚାରିଦିନ ଆଭ୍ୟାନ୍ତରୀଣ ଓଡିଶା ରେ ସକାଳ ୯ ଟା ବେଳକୁ ମଧ୍ୟ ଘନ କୁହୁଡିରେ ଘୋଡାଇ ହୋଇ ରହୁଛି ସାରା ଅଞ୍ଚଳ । ଘନ କୁହୁଡି ପାଇଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି । ସେପଟେ ନିଜକୁ ଫିଟ ରଖିବା ପାଇଁ ଲୋକମାନେ ମର୍ଣ୍ଣି ୱାକ , ଯୋଗ , ବ୍ୟାୟମ, କରିବା ପାଇଁ ଭିଡ ଦେଖିବାକୁ ମିଳିଛି । ସନ୍ଧ୍ୟା ସୁଦ୍ଧା ବଜାରଘାଟ ଜନଶୂନ୍ୟ ହୋଇଯାଉଛି । ଏହି ଶୀତ ଗତଦୁଇଦିନ ଠାରୁ ଆରମ୍ଭ ହୋଇଛି । ଆସନ୍ତା ୩ ଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ର ଲହରୀ ଜାରି ରହିବ ବୋଲି ପାଣିପାଗ ସୂଚନା ଦେଇଥିବା ବେଳେ ଶୀତ ରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୂଇଁବାକୁ ପସନ୍ଦ କରୁଛନ୍ତି ।ଏହାସହ କିଛି ଗରିବ ଲୋକ ଓ ନିଃସହାୟ ମାନଙ୍କର ଜୀବନ କଷ୍ଟକର ହୋଇପଡିଥିବା ପରିଲକ୍ଷିତ ହୋଇଛି । ଏପଟେ ସକାଳ ୯ଟା ପର୍ଯ୍ୟନ୍ତ ପରିବେଶ କୁହୁଡ଼ିମୟ ରହୁଥିବା କାରଣ ରୁ ସମସ୍ତ କାର୍ଯ୍ୟ ଆରମ୍ଭ ରେ ବିଳମ୍ବ ହୋଇପଡୁଛି ।
ତେବେ ରାସ୍ତା କୋଡ଼ରେ ବସିଥିବା ଶୀତବସ୍ତ୍ର ବିକାଳୀମାନଙ୍କୁ ଏହା ଖୁବ ସୁହାଇଛି।ବ୍ୟବସାୟ ବଢିଥିବା ଜଣାପଡିଛି। କାରଣ ମାସେ ଧରି ବ୍ୟବସାୟୀ ମାନେ ହାତ ବାନ୍ଧି ବସିଥିଲେ, ହେଲେ ଏଇ ଦୁଇଦିନ ହେଲା ବେପାର ଭଲ ହେଉଛି ।ଅନ୍ୟପଟେ ଶୀତ ବସ୍ତ୍ର କିଣୁଥିବା ଲୋକମାନେ କହନ୍ତି ବଜାର ଦୋକାନ ଅପେକ୍ଷା ରାସ୍ତା କଡ଼ ଦୋକାନ ରେ ଭଲ ଏବଂ ଶସ୍ତା ମୂଲ୍ୟ ରେ ଜିନିଷ ମିଳୁଥିବାରୁ ଏହି ରାସ୍ତା କଡ଼ ଦୋକାନ ରେ ଭିଡଜମୁଛି । ଗରିବ ଲୋକ ଓ ନିଃସହାୟ ମାନ ଙ୍କୁ ପ୍ରଶାସନ ବା ସ୍ବେଛାସେବୀ ଅନୁଷ୍ଠାନ ମାନ ଅସହାୟ ଙ୍କୁ ଶୀତବସ୍ତ୍ର, କମ୍ବଳ ବଣ୍ଟନ କଲେ ସେମାନେ ଉପକୃତ ହୋଇପାରନ୍ତେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ