ବିଧାୟକଙ୍କ ଦ୍ୱାରା ୫ଗୋଟି ପଞ୍ଚାୟତରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଆଜି ଶେଷ ପର୍ଯ୍ୟାୟରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉଦଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ଲକ ଅଧିନ ବୟାବନାପୁର ବିଦ୍ୟାଳୟ ପରିସରରେ ଶିକ୍ଷାବିତ ଲକ୍ଷ୍ମୀଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଏହା ଐତିହାସିକ ଯୋଜନା ହୋଇଥିବା ବେଳେ ଉଭୟ ମହିଳା ଓ ପୁରୁଷ ଏଥିରେ ଉପକୃତ ହୋଇପାରିବେ ବୋଲି ବିଧାୟକ ବକ୍ତବ୍ୟ ମାଧ୍ୟମରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଦେବଦତ୍ତ ଦାସ, ଶିକ୍ଷାବିତ ଦାମୋଦର ନାୟକ, ସମିତି ସଭ୍ୟା ସ୍ମିତାରେଖା ରାଉତ, ସମାଜସେବୀ ଲକ୍ଷ୍ମୀଧର ସାହୁ, ନାଗେଶ୍ୱର ବେହେରା, ସୁଶାନ୍ତ ଦାସ, ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଏଥିରେ ଯୋଗଦେଇଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ନିତ୍ୟାନନ୍ଦ ପଣ୍ଡା ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଯୁବ ନେତା ଲଳିତ ରାଉତ ଧନ୍ୟବାଦ ଦେଇଥିଲେ। ଦକ୍ଷିଣବାଡ଼ ପଂଚାୟତ ନିକଟ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନାରାୟଣ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ବିଧାୟକ ଶ୍ରୀଯୁକ୍ତ ସାମଲ ଯୋଗଦେଇ ହିତାଧିକାରୀ ମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ସଞ୍ଜୁ ପୂର୍ତ୍ତି, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ସମାଜସେବୀ ଶ୍ୟାମସୁନ୍ଦର ମହାପାତ୍ର, ସତ୍ୟାନନ୍ଦ ମହାପାତ୍ର, ଉତ୍କଳ କେଶରୀ ମହାନ୍ତି ଏଥିରେ ଯୋଗଦେଇଥିଲେ। ପଂଚାୟତ ସହ କର୍ମଚାରୀ ମନୋରଞ୍ଜନ ବାରିକ ଧନ୍ୟବାଦ ଦେଇଥିଲେ। ପାଟୁଳି ପଂଚାୟତ ପକ୍ଷରୁ ମୋବାରକପୁର ବିଦ୍ୟାଳୟ ପରିସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ସମାଜସେବୀ ନିଳାମ୍ବର ରାଉତ, ଅଭୟ ବେହେରା, ଅଭିନ ଚନ୍ଦ, ସୁବାଷ ସାମଲ ପ୍ରମୁଖ ଯୋଗଦେଇଥିଲେ। କମଳାକାନ୍ତ ପରିଡା ଧନ୍ୟବାଦ ଦେଇଥିଲେ। ନଗୁଆଁ ପଂଚାୟତ ଡଗରପଡା ଠାରେ ଆଜି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ସାମଲ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ କମଳ କୁମାର ନନ୍ଦ, ଶିକ୍ଷାବିତ ସୁରେନ୍ଦ୍ର କୁମାର ପଣ୍ଡା, ସମାଜସେବୀ ନିଳାମ୍ବର ସାହୁ, ଜଗନ୍ନାଥ ନାୟକ ଏଥିରେ ଯୋଗଦେଇଥିଲେ। ଯୁବନେତା ଜୟନ୍ତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅନୁରୂପ ଭାବେ ସାନଶାସନ ପଂଚାୟତ ମତାବାଜ ଶାସନ ବିଦ୍ୟାଳୟ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ବିଧାୟକଙ୍କ ଦ୍ଵାରା ଶୁଭାରମ୍ଭ ହୋଇଛି। ବିଶ୍ୱନାଥ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ସରପଞ୍ଚ କୈଳାସ ଜେନା, ସମିତି ସଭ୍ୟା ମଞ୍ଜୁସ୍ମିତା ଦାସ, ସମାଜସେବୀ ମନୋରଞ୍ଜନ ସାହୁ ଏଥିରେ ଯୋଗ ଦେଇଥିଲେ। ଖବରଦାତା ଦୁର୍ଯ୍ୟୋଧନ ଲେଙ୍କା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବିଧାୟକଙ୍କ ସମେତ ଅନ୍ୟ ଅତିଥି ଓ ଜନସାଧାରଣ ମାନଙ୍କୁ ଧନ୍ୟବାଦ ଦେଇଥିଲେ।


