କେନ୍ଦ୍ରାପଡାରେ ବିଶ୍ୱ ଏଡସ୍ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଓଡିଶା ଏଡସ୍ ନିୟନ୍ତ୍ରଣ ସମିତି ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡସ୍ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଅଧ୍ୟକ୍ଷତା କରି ଏଡସ୍ ସଂକ୍ରମଣ ଓ ଏହାର ପ୍ରତିରୋଧ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପିତାମାତାଙ୍କ ଠାରୁ ଜନ୍ମିତ ଶିଶୁମାନଙ୍କୁ ଯେପରି ମାରାତ୍ମକ ରୋଗ ଏଡସ୍ ନ ବ୍ୟାପିବ ସେଥିପାଇଁ ଜନସଚେତନତା ଆବଶ୍ୟକ ବୋଲି ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ । ସମାଜରେ ପ୍ରତ୍ୟେକ ନାଗରିକ ଏଥିପାଇଁ ସଚେତନ ହେଲେ ଏଡସ୍‌କୁ ଆମେ ପ୍ରତିହତ କରିପାରିବା ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନୀତା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ଡା. ନୃପେନ ଶତପଥୀ, ଶିଶୁ ସ୍ୱାସ୍ଥ୍ୟ ଉପ ପରିଚାଳକ କୃଷ୍ଣଚନ୍ଦ୍ର ଲୋହା, ଡି.ଟି.ଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସଙ୍କ ସମେତ କେନ୍ଦ୍ରାପଡା କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏଡସ୍ ସମ୍ପର୍କୀତ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କେନ୍ଦ୍ରାପଡା କଲେଜର କୃତି ପ୍ରତିଯୋଗୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତିଲତା ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ମିଶ୍ର, ଡା. ଶତପଥୀ, ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡା. ରଶ୍ମୀରଞ୍ଜନ ମହାନ୍ତି, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ଏ.ଏନ.ଏମମାନେ ଉପସ୍ଥିତ ଥିଲେ । ଡା. ମିଶ୍ର ଓ ଡା. ଶତପଥୀଙ୍କ ତତ୍ତ୍ୱାବଧାନରେ ଜଣେ ପୁରୁଷଙ୍କର ବନ୍ଧ୍ୟାକରଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ