ଲଗାଣ ବର୍ଷାରେ ଭୁଷୁଡିଲା ଘର

ଛତ୍ରପୁର, (ଦେବଦତ୍ତ ମହାରଣା) : ଜୱାଦ ବାତ୍ୟାର ପ୍ରଭାବରେ ସବୁଆଡେ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ ମାଧପୁର ପଂଚାୟତର ବରଙ୍ଗ ଗ୍ରାମ ଠାରେ ଥିବା ସିମାଂଚଳ ବେହେରାଙ୍କ ଘର ଭୁଷୁଡି ପଡିଛି । ତେବେ କେହି ଆହାତ ହୋଇନଥିବା ବେଳେ ଘରେ ଥିବା କିଛି ଆସବାବପତ୍ର ନଷ୍ଟ ହୋଇଥିବା ଜଣାପଡିଛି । ସିମାଂଚଳ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ