ଅଗ୍ନିଶ୍ରମ କାର୍ଯ୍ୟାଳୟ ପରିସରରେ ବର୍ଷା ପାଣି

ଛତ୍ରପୁର, (ଦେବଦତ୍ତ ମହାରଣା) : ବାତ୍ୟାର ପ୍ରଭାବରେ ଚାରିଆଡେ ପ୍ରବଳ ବର୍ଷା ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ସହରରେ ମଧ୍ୟ ଗତକାଲି ଠାରୁ ଏହି ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଚାରିଆଡେ ପାଣି ପଶି କୃତିମ ଜଳାଶ୍ରୟ ନିର୍ମାଣ ହୋଇଯାଇଛି । ସହରରେ ଥିବା ଅଗ୍ନିଶ୍ରମ ବିଭାଗ କାର୍ଯ୍ୟାଳୟଓ କର୍ମଚାରୀ ମାନଙ୍କ କ୍ୱାଟର ଗୁଡିକରେ ପାଣି ପଶି ବିଭିନ୍ନ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଏନେଇ ସେମାନେ ପୂର୍ବରୁ ସ୍ଥାନୀୟ ଏନଏସି ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଆଜି କର୍ମଚାରୀ ମାନେ ପାଣି ପମ୍ପ ଯୋଗେ ପାଣି ନିଷ୍କାସନ କରିଥିଲେ । ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଡ୍ରେନେଜ ସମସ୍ୟା ଯୋଗୁଁ ଅଗ୍ନିଶ୍ରମ କାର୍ଯ୍ୟାଳୟ ସମେତ ସହରର ଲୋୟାର ବସଷ୍ଟାଣ୍ଡ ଓ ବିଭିନ୍ନ ଗଳି କନ୍ଦିରେ ପାଣି ପଶି ରହିଥିବା ଦେଖିବାକୁ ମିଳିଛି । ଏଣୁ ଏହି ଡ୍ରେନେଜ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ