ବୁଲୁ ବୁଲ ପ୍ରଭାବରେ ଆଂଶିକ ବର୍ଷା ଓ ପ୍ରବଳ ପବନ, ଆଶଙ୍କାରେ ଚାଷୀ
ହାଟଡିହି, – ବୁଲବୁଲ ବାତ୍ୟାର ପ୍ରଭାବ ଓଡିଶାରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ କହୁଥିବାବେଳେ ଏହାର ପ୍ରଭାବରେ ଉପକୁଳ ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ସୁଚନା ଦେଇଥିଲା । ଯାହାକୁ ନେଇ ଚାଷୀକୁଳ ଆତଙ୍କିତ ଅବସ୍ଥାରେ ଥିଲେ । କେନ୍ଦୁଝର ଜିଲ୍ଲାକୁ ବାତ୍ୟା କ୍ଷତିଗ୍ରସ୍ତ ତାଲିଭୁକ୍ତ କରାଯାଇ ନଥିବାବେଳେ ହାଟଡିହି ବ୍ଲକଟି କେନ୍ଦୁଝର ଜିଲ୍ଲାରେ ହୋଇଥିଲେ ମଧ୍ୟ ଏହା ଭଦ୍ରକ, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାର ସନ୍ନିକଟରେ ଥିବାରୁ ଏଠାରେ ବର୍ଷା ଓ ପବନର ମାତ୍ରା ଅଧିକ ରହିଥିଲା । ଗତକାଲି ଅପରାହ୍ନ ଠାରୁ ଝିପିଝିପି ବର୍ଷା ଲାଗିରହିବା ସହ ରାତିରେ ୫୦ରୁ ୬୦କିଲୋମିଟର ବେଗରେ ପବନ ସହ ବର୍ଷା ଲାଗି ରହିବା ଦ୍ୱାରା ହାଟଡିହି ବ୍ଲକରେ ଶହଶହ ଏକର ଜମିର ଧାନଗଛ ଶୋଇଯାଇ ମାଟିରେ ମିଶିଛି । ହାଟଡିହି ବ୍ଲକରେ ମୋଟ ୧୮୯୮୭ ହେକ୍ଟର ଜମିରେ ଧାନ ଚାଷ ହୋଇଥିବାବେଳେ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବ-୧, ୧୦୦୯ ଆଦି ଧାନ ଅଧିକ ପରିମାଣର ଚାଷ ହୋଇଛି । ବିଶେଷକରି ପଢ଼ିଆରିପଲ୍ଲୀ, କେ ବାଲିପାଳ, ଧନୁର୍ଜୟପୁର, ବାଙ୍ଗୋର ଆଦି ପଞ୍ଚାୟତ ମାନଙ୍କରେ ଧାନସବୁ ପାଚିଗଲାଣି । କେତେକ ଜମିରେ ଧାନକଟା ହୋଇ ପଡିଥିବାବେଳେ ଆଉ କିଛି ଚାଷୀ ପକାଇଥିବା ଧାନକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ପାଣି କାଦୁଅରେ ପସି ତରବରିଆ ଭାବେ ଘରକୁ ବୋହି ନେଉଛନ୍ତି । ଯଦି ଏବେ ଅଧିକ ବର୍ଷା ହୁଏ ତେବେ ଅନେକ ପାଚିଲା କିଆରୀରର ଧାନ ନଷ୍ଟ ହେବା ଆଶଙ୍କା ଅଛି ବୋଲି ଚାଷୀମାନେ କହିଛନ୍ତି । ସେହିପରି ସୋସୋ, ଢ଼େଙ୍କା, ସଢ଼ା, ମରୈଗାଁ, ଜମ୍ଭୀରା, ହାଟଡିହି, ଅକରୁଆ, ବଞ୍ଚୋ, ଶାସଙ୍ଗ, ପଞ୍ଚୁଗୋଛିଆ, ବଡରମ୍ପାସ, ସମଣା, ଗେଡମା, ଓରାଳି, ଶାଳଣିଆଁ, ଇଞ୍ଚୋଳ, ଆମ୍ବୋ ପ୍ରଭୃତି ପଞ୍ଚାୟତ ମାନଙ୍କରେ ଟିକେ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏହି ସବୁ ଅଞ୍ଚଳରେ ଏବେ ସ୍ୱର୍ଣ୍ଣ ଧାନ ସବୁ ମଥା ନଉଁଥିବାବେଳେ କେତେକ ସ୍ଥାନରେ ଧାନ ଫୁଲ ଖେଳାଉଛି । ୧୦୦୯ ଅବସ୍ଥା ବି ସେୟା । ପ୍ରାୟ ଏବେ ସବୁ ଜିମରେ ଧାନ ଫୁଲ ବାହାରୁଛି ଓ ଖେଳାଉଛି । କିନ୍ତୁ ଗତ୍ାଲିର ଏହି ପବନ ଦ୍ୱାରା ଧାନଗଛ ସବୁ ଭାଙ୍ଗିପଡିଥିବାରୁ ୫୦ଭାଗରୁ ଉର୍ଦ୍ଧ ଧାନ ଫସଲ ଅଗାଡି ହୋଇଯିବାର ଆଶଙ୍କା ଦେଖାଦେଇଛି । ଯାହାକୁନେଇ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଯେଉଁସବୁ ବିଲ ମାନଙ୍କରେ ପାଣିଭରପୁର ଥିଲା ସେସବୁ ଜମିରେ ଅଧିକ କ୍ଷତିଗ୍ରସ୍ଥ ହେବାର ଆଶଙ୍କା ଦେଖାଦେଇଛି । ବଡରମ୍ପାସ ଗ୍ରାମର ଭୀମସେନ ପେରେଇ, ବଳରାମ ସାହୁ, ନାରଣ ବେହେରା, ଅଲେଖ ପେରେଇ, ଭକ୍ତୋଖର ସା, ପୁର୍ଣ୍ଣଚନ୍ଦ୍ର ସା, ଗୋପାଳକୃଷ୍ଣ ସେନାପତି, ଜଗତ ସାହୁ, ଚନ୍ଦ୍ରଶେଖର ଜେନା, ବିଷ୍ଣୁ ଜେନା, କାଳନ୍ଦି ପେରେଇ, ବାଇଧର ସା, ସନାତନ ଦାସ, ରବିନ୍ଦ୍ର ଜେନା, ପ୍ରଶାନ୍ତ ପାତ୍ର ପ୍ରମୁକଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଗାଁର ଶହଶହ ଏକର ଚାଷଜମିର ଧାନସବୁ ଶୋଇଯିବାରୁ ଅମଳ ବେଳେ ବିହନ ମିଳିବକି ନାହିଁ ସନ୍ଦେହ ବୋଲି କହିଛନ୍ତି । ଯେୁଁସବୁ ଧାନ ପାଚିଆସିôତଲା ତାହା ପାଣିରେ ବୁଡି ରହିବାରୁ ସେସବୁ ଗଜା ହୋଇଯିବାର ଆଶଙ୍କା ଦେଖାଦେଇଛି ବୋଲି ସେମାନେ କହିଛନ୍ତି । ଚଳିତବର୍ଷ ଆବ୍ୟାକ ସମୟରେ ଭଲ ବର୍ଷା ହୋଇଥିବାରୁ ଚାଷୀମାନେ ଭଲ ଧାନ ଅମଳ କରିବେ ବୋଲି ଆଶା ବାନ୍ଧିଥିଲେ । କିନ୍ତୁ ଏହି ବର୍ଷା ଓ ପବନ ଦ୍ୱାରା ଅଧିକାଶଂ ଚାଷଜମି କ୍ଷତିଗ୍ରସ୍ଥ ହେବାର ସମ୍ଭାବନା ଦେଖାଦେଇଛି । ଗତ ୨୫ତାରିଖରୁ ତିନିଦିନ ଧରି ଲଗାଣବର୍ଷା ଲାଗି ରହିବାଦ୍ୱାରା ବେବି ବହୁ ଧାନ ଜମି ମାନଙ୍କରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଥିବାବେଳେ ପୁନଶ୍ଚ ଯଦି ବର୍ଷା ହୁଏ ତେବେ ପରିସ୍ଥିତି ସଙ୍ଘାତିକ ହେବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟରେ ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ଚନ୍ଦ୍ରମୋହନ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯେଉଁ ପବନ ହୋଇଛି ତାଦ୍ୱାରା ଧାନଚାଷ ପ୍ରଭାବିତ ହେବା ନିଶ୍ଚିତ । କିନ୍ତୁ ଧାନ ଅମଳ ସମୟରେ କ୍ରପକଟିଂ ହେବାପରେ ଯାଇ କ୍ଷୟକ୍ଷତି କହିବେ ବୋଲି କହିଛନ୍ତି । ପ୍ରଶାସନ ଓ କୃଷି ବିଭାଗ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି ।


