ତ୍ରୟୋଦଶ ସୂର୍ଯ୍ୟକ୍ଷେତ୍ର ସମ୍ମାନ ସମାରୋହ ଓ ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦେଶର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ମାନ ସମାରୋହ ଓ ତ୍ରୟୋଦଶ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗୁରୁ କେଳୁୁଚରଣ ମହାପାତ୍ର ଓଡ଼ିଶୀ ରସର୍ଚ୍ଚ ସେଣ୍ଟର, ଭୁବନେଶ୍ୱରଠାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ସଦସ୍ୟ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ମୋହନ ମାଝୀ ଯୋଗଦେଇ କହିଲେ ଯେ, ସାମାଜିକ କାର୍ଯ୍ୟ ଦ୍ୱାରା ହିଁ ସମାଜର ସାମଗ୍ରିକ ବିକାଶ ସମ୍ଭବ । ସାରା ଦେଶରେ କ୍ୟାନ୍ସର ସଚେତନତା ଦିଗରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର କାର୍ଯ୍ୟକୁ ଅନ୍ୟମାନେ ଅନୁସରଣ କରିବା ଉଚିତ୍ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଡଃ ହିମାଂଶୁ ଭୂଷଣ ପଣ୍ଡା, ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଭୁବନେଶ୍ୱର ବ୍ରହ୍ମାକୁମାରୀ ସେଣ୍ଟରର ମୁଖ୍ୟ ପ୍ରଜାପିତା ବ୍ରହ୍ମାକୁମାରୀ ତପସ୍ୱିନୀ, ବରିଷ୍ଠ ସାମ୍ବାଦିକ ତଥା ବିଶ୍ୱ ଓଡ଼ିଆ ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଲାୟନ ଇଂ ବିପିନ ବିହାରୀ ନାୟକ, ଖଦୀ ବୋର୍ଡ଼ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ଲୋକସେବକ ମଣ୍ଡଳ, ପଶ୍ଚିମବଙ୍କର ଅଧ୍ୟକ୍ଷ ରବି ମହାପାତ୍ର, ସ୍ୱେଚ୍ଛାସେବୀ ସଂଗଠନ ସ୍ୱାଗତିକାର ଅଧ୍ୟକ୍ଷ ଅସିତ୍ ମହାନ୍ତି, ଟ୍ରଷ୍ଟି ଆଡ଼ଭୋକେଟ ବିବେକାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଅନିନ୍ଦ୍ୱିତା ଦାସଙ୍କ ସୁମଧୁର ସଙ୍ଗୀତ ପରିବେଷଣ ପରେ ଆରମ୍ଭ ହୋଇଥିବା ସଭାକାର୍ଯ୍ୟରେ ଡଃ ଶିବ ପ୍ରସାଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡଃ ବିପିନ ବିହାରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଡ଼ଃ ସୁକାନ୍ତି ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ସାମାଜିକ ସଶକ୍ତିକରଣ କାର୍ଯ୍ୟର ଅଂଶ ରୂପେ ଦୁଇଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ ସହ କେନ୍ଦୁଝର ଜିଲ୍ଲାର ଦଶଜଣ ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରାଯାଇଥିଲା । ପ୍ରତିବର୍ଷ ପରି ବିଭିନ୍ନ ବର୍ଗରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସୂର୍ଯ୍ୟକ୍ଷେତ୍ର ସମ୍ମାନରେ ସମ୍ମାନିତ କରାଯିବା ସହ ଶିଶୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଧୀରମୋହନ ରାୟ ଧନ୍ୟବାଦ ଦେଇଥିବା ବେଳେ ମିଲନ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ