ଦୁଇଦିନିଆ ପ୍ରଶିକ୍ଷଣ ଶିବିର ନିମନ୍ତେ ବିଜେପିର ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ସ୍ଥାନୀୟ ଯାତ୍ରୀ ନିବାସ ଠାରେ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ନିମନ୍ତେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା, କାକଟପୁରର ପ୍ରାକ୍ତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ରବି ମଲ୍ଲିକ, କୋଣାର୍କ ବିଜେପି ମଣ୍ଡଳ ସଭାପତି ସୁକାନ୍ତ କୁମାର ନାୟକ, ସରପଞ୍ଚ ତଥା ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ କୁମାର ସ୍ବାଇଁ, ବିଜେପି ନେତା ରଂଜିତ କୁମାର ରାଉତରାୟ, ନୃସିଂହ ଚରଣ ନାୟକ, ଗୋପିନାଥ ସ୍ବାଇଁ, ମଂଗରାଜ ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆସନ୍ତା ୨୧ଓ ୨୨ ଦୁଇଦିନ ଧରି କୋଣାର୍କ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣ ଶିବିରରେ ପୁରୀ ଜିଲ୍ଲାର କାକଟପୁର, ନିମାପଡ଼ା, ବ୍ରହ୍ମଗିରି, ସତ୍ଯବାଦୀ, ପିପିଲି, ପୁରୀ ସଦର ନିର୍ବାଚନ ମଣ୍ଡଳୀର ନିର୍ବାଚିତ ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲାର ୩୮ଗୋଟି ମଣ୍ଡଳର କର୍ମକର୍ତ୍ତା, ଜିଲ୍ଲା କାର୍ଯ୍ଯକାରିଣୀ ସଦସ୍ଯ, ସମସ୍ତ ମୋର୍ଚ୍ଚାର ସଭାପତି ଓ ପୁରୀ ଜିଲ୍ଲାର ସମସ୍ତ ପଦାଧିକାରୀ ମାନେ ଯୋଗ ଦେବେ ବୋଲି ଆଜିକାର ପ୍ରସ୍ତୁତି ବୈଠକରେ ସ୍ଥିରୀକୃତ ହୋଇଛି। ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରଶିକ୍ଷଣ ଶିବିରର ବିଭିନ୍ନ ଦିବସରେ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରାକ୍ତନ ବିଧାୟକ ରବି ମଲ୍ଲିକଙ୍କ ସମେତ ଦଳର ରାଜ୍ୟ ଓ ଜିଲ୍ଲା ନେତୃତ୍ଵ ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରି ତାଲିମ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି।


