ମିଶନ ଶକ୍ତି ସମନ୍ଵୟ ମେଳା

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଆଜି ଏକ ବ୍ଲକ ସ୍ତରୀୟ ମେଗା ମିଶନ ଶକ୍ତି ସମନ୍ଵୟ ମେଳା ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଦେବଦତ୍ତ ଦାସ ଏହାକୁ ଉଦଘାଟନ କରି ସମନ୍ଵୟ ମେଳା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଓଡିଶା ଜୀବିକା ମିଶନ ବିଭାଗ ଭାରପ୍ରାପ୍ତ ଅଧିକାରୀ ସୁବ୍ରତ କୁମାର ପଣ୍ଡା ଙ୍କ ସଂଯୋଜନା ରେ ଉକ୍ତ ସମନ୍ଵୟ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପ୍ରାୟ ଆଠ ଗୋଟି ଵ୍ୟାଙ୍କ ଅଧିକାରୀ ଯୋଗଦେଇଥିଲେ। ବିଶେଷ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୠଣ ପ୍ରଦାନ ଉପରେ ବିଭାଗୀୟ ଅଧିକାରୀ ମାନେ ଆଲୋଚନା କରିଥିଲେ। ମେଳାରେ ବ୍ଲକ ଅଞ୍ଚଳର ୬୬ଗୋଟି ଏସଏଚଜି ଯୋଗଦେଇଥିବା ବେଳେ ସେମାନଙ୍କୁ ଋଣ ବାବଦରେ ଆଜି ୧କୋଟି ୨୬ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ଓଡିଶା ଜିଵିକା ମିଶନ ର ସୀମାରାଣୀ ପଣ୍ଡା,କାଞନଵାଳା ମଲ୍ଲିକ,ଵନୀତା ଦଳେଇ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ