ଶାରଦା ବିଦ୍ୟା ମନ୍ଦିର ଠାରେ ଗୀତା ଜୟନ୍ତୀ ପାଳିତ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ଶାରଦା ବିଦ୍ୟା ମନ୍ଦିର ଠାରେ ଆଜି ଆଚାର୍ଯ୍ୟା ସୁଶ୍ମିତା ସ୍ଵାଇଁ ଙ୍କ ସଂଯୋଜନା ରେ ପବିତ୍ର ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। ଉତ୍ସବ କୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ। ଶ୍ରୀ ମଦ ଭଗବତ ଗୀତା ବିଶ୍ଵ ମଂଗଳ ପାଇଁ ଏକ ଅନନ୍ୟ ଗ୍ରନ୍ଥ ବୋଲି ଶ୍ରୀ ମହାପାତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ ଦୁର୍ଯୋଧନ ଲେଙ୍କା ଯୋଗଦେଇ ପ୍ରତ୍ୟେକ ଦିନ ବିଦ୍ୟାର୍ଥୀ ମାନେ ଗୀତା ଅଧ୍ୟୟନ କରିବା ଉଚିତ ବୋଲି ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ କେଶବ ଚନ୍ଦ୍ର ସେଠୀ, ଜ୍ୟୋତିର୍ମୟୀ ମିଶ୍ର, ପ୍ରତିଭା ନାୟକ, ଚିତ୍ତରଞ୍ଜନ ନାୟକ, ଦିଲିପ ଜେନା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ଶ୍ରୀ ଜଗନ୍ନାଥ ଶ୍ଲୋକ ସହିତ ଗୀତା ପଠନ କରିଥିଲେ। ଉତ୍ସବକୁ ମାଳତୀ ବାରିକ, ଅର୍ପିତା ନାୟକ,ଅନୂସୟା ସାହୁ, ସୁଶାନ୍ତ ସେନାପତି,କୁଞଲତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ