ବୁଗୁଡା ପିପୁଲସ କଲେଜ ଅର୍ଥନୀତି ବିଭାଗର ପାଠଚକ୍ର

ବୁଗୁଡା, (ଅନିଲ କୁମାର ମହାରଣା):ସ୍ଥାନୀୟ ପିପୁଲସ କଲେଜର ଅର୍ଥନୀତି ବିଭାଗ ପକ୍ଷରୁ ଡିସେମ୍ବର ୨୨ ତାରିଖ ଦିନ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା।” ଭାରତୀୟ ସେବା କ୍ଷେତ୍ରରେ କୋଭିଡର ପ୍ରଭାବ ” ଶୀର୍ଷକ ପାଠଚକ୍ର ଉପଲକ୍ଷେ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିଲେ। ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଅଜୟ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଅନିଲ କୁମାର ସେଠୀ ପାଠଚକ୍ର ବିଷୟରେ ପ୍ରାରମ୍ଭିକ ବିବରଣୀ ପ୍ରଦାନ କରିଥିଲେ। ଅତିଥି ଭାବେ ରାଜନୀତି ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଆଇ.ଆର.ପି.ଏମ. ବିଭାଗ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀ,ଓ ଇଂରାଜୀ ବିଭାଗ ଅଧ୍ୟାପକ ଆତ୍ମା ପ୍ରକାଶ ନାୟକ ଯୋଗଦେଇଥିଲେ। ପୂଜା ମହାରଣା ଓ ଅମ୍ବିକା ପାଣିଗ୍ରାହୀ ଛାତ୍ରୀଦ୍ବୟ ସନ୍ଦର୍ଭ ପଠନ କରିଥିଲେ। ସନ୍ଦର୍ଭ ଉପରେ ଆଲୋଚନା ଓ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାଠଚକ୍ରରେ ଅର୍ଥନୀତି ବିଭାଗର ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଶେଷରେ ଅର୍ଥନୀତି ବିଭାଗ ଅଧ୍ୟାପିକା ସନ୍ତୋଷି ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ