ଜାତୀୟ ଓ ରାଜ୍ୟ ଆଇନ ଖାଦ୍ୟ ସୁରକ୍ଷା ଯୋଜନା ଭିସି ମାଧ୍ୟମରେ ଶୁଭାରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ପରିବାରଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ କନଫରେନ୍ସିଙ୍ଗ ତଥା ଭରଚୁଆଲ ମୋଡରେ ଶୁଭାରମ୍ଭ କରିଥିବାର ଜଣାପଡିଛି । । ରାଜ୍ୟବ୍ୟାପୀ ଏହି ଯୋଜନାର ଶୁଭାରମ୍ଭ ପରିପ୍ରେକ୍ଷୀରେ ଗଜପତିରେ ମଧ୍ୟ ଏହିକାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅସ୍ୱାନ ହଲ୍ ଠାରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରେମ ଶେଖର ପଣ୍ଡା, ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ ସହକାରୀ ଯୋଗାଣ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତଥିଲେ । ରେସନକାର୍ଡ, ବିଏସ୍କେୱାଇ, ସ୍ୱାସ୍ଥ୍ୟକାର୍ଡ ହିତାଧିକାରୀ ପରିବାରଙ୍କୁ ଏହି ଯୋଜନାରେ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ରାଶି ଭାବେ ୧ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏଥିନିମନ୍ତେ କେତେକ ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହାକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକର ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପୃକ୍ତ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ସମେତ ଖାଦ୍ୟ ଯୋଗାଣ ଅଧିକାରୀ ଓ ବ୍ଲକର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଭର୍ଚ୍ୟୁଆଲ ମୋଡରେ ଦେଖିଥିଲେ ।