୯ ଦଫା ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଚାଷୀ, ଭାଗଚାଷୀ ଓ ଆଦିବାସୀଙ୍କୁ ବାତ୍ୟା ଜୱାଦ ଜନିତ ଫସଲ କ୍ଷତିପୂରଣ ପ୍ରଦାନ ସମେତ ୯ ଦଫା ଦାବି ନେଇ ସଂଯୁକ୍ତ କିଶାନ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ସ୍ମାରକ ପତ୍ର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରାଯାଇଛି । ରିଲିଫ୍ କୋଡ୍ ରେ ପରିବର୍ତ୍ତନ କରି ଫସଲ କ୍ଷତି ବାବଦରେ ଧାନ ଫସଲ ଏକର ପିଛା ୨୦ ହଜାର ଟଙ୍କା ତଥା ପନିପରିବା ଅନ୍ୟାନ୍ୟ ଫସଲ ପାଇଁ ଏକର ପିଛା ୨୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ, ଜିଲ୍ଲାର ସମସ୍ତ ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେବା ସହ ଅନ୍ୟ ଚାଷୀଙ୍କ ପରି ସେମାନଙ୍କ ସମସ୍ତ ଫସଲ କ୍ଷତିର ଆକଳନ କରି ସିଧାସଳଖ କ୍ଷତିପୂରଣ ଦିଆଯାଉ. ସାଧାରଣ ଚାଷୀଙ୍କ ପରି ଜଙ୍ଗଲ ଜମି ପଟ୍ଟା ପାଇଥିବା ଆଦିବାସୀଙ୍କ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯାଉ, ଲଗାଣ ବର୍ଷା ଯୋଗୁଁ ଚାଷୀର ଧାନ ପାଣିରେ ପଡି ଗମୁ ହୋଇଯାଉଥିବାରୁ ଏଫଏକ୍ୟୁ ମାନକୁ କୋହଳ କରି ଚାଷୀର ବଳକା ଧାନ ଧାନ ସଂଗ୍ରହର ବ୍ୟବସ୍ଥା କରାଯାଉ, ଲଗାଣ ବର୍ଷାରେ ଧାନ ବ୍ୟତୀତ ମୁଗ, ବିରି ଓ ପନିପରିବା ଆଦି ଫସଲ ନଷ୍ଟ ହୋଇଯାଇଥିବାରୁ ରବି ଫସଲ ପାଇଁ ମାଗଣାରେ ମୁଗ, ଚିନାବାଦାମ, କଂଚା ଲଙ୍କା, ପନିପରିବା ଓ ବିହନ ଯୋଗାଇ ଦିଆଯାଉ, ଫସଲ କ୍ଷତି ଲାଗି ଚଳିତ ବର୍ଷର କୃଷି ଋଣ ଛାଡ କରାଯାଉ, ବିନା ସୁଧରେ ଆଗାମୀ କୃଷି ଋଣ ପ୍ରଦାନ କରାଯାଉ, ଫସଲ ବୀମା କରିଥିବା ସମସ୍ତ ଚାଷୀଙ୍କୁ ତୁରନ୍ତ ବୀମା ସହାୟତା ପ୍ରଦାନ କରାଯାଉ, ଚାଷୀ ମାନଙ୍କୁ ନେଇ ଗଠିତ କମିଟିର ପରାମର୍ଶର ଫସଲ କ୍ଷତିର ଆକଳନ ସମେତ ଧାନ କିଣା ପ୍ରକ୍ରିୟା କରାଯାଉ ଓ ଗାଁ ରେ ଫସଲ କ୍ଷତି ଯୋଗୁଁ କୃଷି ଶ୍ରମିକ ବା ମୁଲିଆ ମାନେ କାମ ହରାଇବାକୁ ଯାଉଥିବାରୁ ସେମାନଙ୍କୁ ତୁରନ୍ତ ମନରେଗା ଯୋଜନାରେ ନିୟୋଜିତ କରାଯିବା ଭଳି ଚାଷୀଙ୍କ ହିତ ନିମନ୍ତେ ବିଭିନ୍ନ ଦାବି ଉକ୍ତ ସ୍ମାରକ ପତ୍ର ରେ ଦର୍ଶାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଓଡିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡି, ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ, କ୍ଷେତ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ନରସିଂହ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ