ଓଡିଶା ମୋ ପରିବାର ପକ୍ଷରୁ ଶରତ ଅଞ୍ଚଳ ପାଇଁ ଆମ୍ବୁଲାନ୍ସ ପ୍ରଦାନ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲାକୁ ବିଜୁ ଜନତା ଦଳ ର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଆଜି ଦିନିକିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି। କରଞ୍ଜିଆ ଠାରେ ରେ ପହଞ୍ଚିବା ପରେ ତାଙ୍କୁ କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଙ୍କ ନେତୃତ୍ୱରେ ସ୍ୱାଗତ କରାଯାଇଥିଲା ।ଏହା ପରେ କରଞ୍ଜିଆ ମାଣିକ ଛକ ରେ ଅବସ୍ଥିତ ପ୍ରଶାନ୍ତି କନଭେସନସନ ହଲ ରେ ଆୟୋଜିତ ନିର୍ବାଚନ ମଣ୍ଡଳୀ ର କରଞ୍ଜିଆ, ଠାକୁରମୁଣ୍ଡା, କପ୍ତିପଦା ବ୍ଲକ ର ନଅ ଟି ପଂଚାୟତ ଓ କରଞ୍ଜିଆ ନଗର ବିଜେଡି କର୍ମକର୍ତା ଙ୍କ ସହିତ ସାଙ୍ଗଠନିକ ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ ।
ବୈଠକ ପରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର କପ୍ତିପଦା ବ୍ଲକ ଅନ୍ତର୍ଗତ ଶରତ ଅଞ୍ଚଳ ପାଇଁ ଏକ ଅତ୍ୟାଧୁନିକ ସୁବିଧା ଯୁକ୍ତ ଆମ୍ବୁଲାନ୍ସ ଦେବାକୁ ଦେଇଥିବା ପ୍ରତିଶୃତି କୁ ରକ୍ଷା କରି ଓଡିଶା ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଇଥିବା ଆମ୍ବୁଲାନ୍ସ କୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଙ୍କ ସହିତ କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ଜିଲ୍ଲା ବିଜେଡି ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଦିଲ୍ଲୀପ କୁମାର ସାହୁ,ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି,ଜିଲ୍ଲା ଛାତ୍ର ସଭାପତି ଅନିଶ ମାନ୍ନା, ବିବେକାନନ୍ଦ ଦାସ, ପୂର୍ବତନ ନଗରପାଳ ପ୍ରେମଜିତ ସାହୁ,ସ୍ୱରୂପ ପରିଜା,ଆଡ଼ଭୋକେଟ ବିଶ୍ୱଜିତ ଚୌଧୁରୀ,ନନ୍ଦ କିଶୋର ବାରିକ,ବସନ୍ତ ପଇବର୍ତ୍ତୀ,ନଗର ବିଜେଡି ସଭାପତି ନିତ୍ୟାନନ୍ଦ ଦାସ,ସନ୍ତୋଷ ମହାନ୍ତ,କରଞ୍ଜିଆ ନିର୍ବାଚନ ମଣ୍ଡଳୀ ସଂଯୋଜକ ସାମୁଏଲ ନାୟକ, ନଗର ସଂଯୋଜକ ଗଣେଶ ମିଶ୍ର,କପ୍ତିପଦା ର ବରିଷ୍ଠ ନେତା ଚନ୍ଦ୍ରମୋହନ ଗୋଇପାଇ,ଚନ୍ଦ୍ରଶେଖର ପଣ୍ଡା,ଚଣ୍ଡକ ସିଂ, କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ଜିତେନ୍ଦ୍ର ରାଜ, ଯୁବ ନେତା ରୋହିତ ପୃଷ୍ଟି, ମହେଶ୍ୱର ନାୟକ,ଚିକୁ ଭୁଜବଳ, ବିକି ଅଲ୍ଲୀ, ନଗର ଯୁବ ସଭାପତି ସତ୍ୟାନନ୍ଦ ଦାସ, ଭାରତୀ ରାଜ, ଏସ.କେ ସୁଲେମାନ,କୁନା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ