ପାରାଦୀପ ଅଂଚଳରୁ ପୁଣି ବ୍ରାଉନ୍ ସୁଗାର ଜବତ : ଦୁଇ ଅଭିଯୁକ୍ତ ଗିରଫ

ପାରାଦୀପ, (ପୀତବାସ ପ୍ରଧାନ) :ପାରାଦୀପ ନୂଆବଜାର କଲୋନୀ ଅଂଚଳରୁ ରବିବାର ସଂନ୍ଧ୍ୟାରେ ନିଷିଦ୍ଧ ଧଳା ଜହର ବ୍ରାଉନ୍ ସୁଗାର ବିକ୍ରି କରୁଥିବା ଦୁଇ ଜଣଙ୍କୁ ଗିରଫ କରିଛି ପାରାଦୀପ ଆଦର୍ଶ ଥାନା ପୋଲିସ୍ । ଘଟଣାରୁ ପ୍ରକାଶ ଯେ, ପାରାଦୀପ ନୂଆବଜାର ଷଣ୍ଢ ଛକ ନିକଟରେ ଦୁଇ ଅଭିଯୁକ୍ତ ଗଂଜାମ ଜିଲ୍ଲା ବକ୍ସିପଲ୍ଲୀ ଅଂଚଳର ମୂଳ ବାସିନ୍ଦା ତଥା ପାରାଦୀପ ନୂଆବଜାରରେ ରହୁଥିବା ଶୁକଦେବ ନାୟକଙ୍କ ପୁଅ ମନୋରଂଜନ ନାୟକ(୨୯) ଓରଫ ରାଜୁ ଏବଂ ବିହାର ରାଜ୍ୟର ପାଟନା ଅନ୍ତର୍ଗତ ନକତାଦିଆରା ଅଂଚଳର ମୂଳ ବାସିନ୍ଦା ତଥା ପାରାଦୀପ ନୂଆବଜାରରେ ରହୁଥିବା ହାକିମ୍ ରାୟଙ୍କ ପୁଅ ଛୋଟୁ ରାୟ(୩୩) ରବିବାର ଦିନ ରାତି ପ୍ରାୟ ୮ଟା ସମୟରେ ବ୍ରାଉନ୍ ସୁଗାର ବିକ୍ରି କରୁଥିବା ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଂଚିଥିଲା । ସେଠାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ୍ ଧରିବା ସହ ସେମାନଙ୍କ ନିକଟରୁ ୯.୭ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିଥିବା ନେଇ ପାରାଦୀପ ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚାନ ଦେଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲଣ କରାଯାଇଛି । ଏସଂପର୍କରେ ପାରାଦୀପ ଥାନାରେ ୩୦୩/୨୧ ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ