ନୂଆ ବର୍ଷରେ ଶାନ୍ତିର ବାର୍ତ୍ତା : କୁନି ଚିତ୍ରଶିଳ୍ପୀ ଶାନ୍ତନୁଙ୍କ ତୂଳୀରେ ଶାନ୍ତିର କପୋତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପୁରୁଣା ବର୍ଷକୁ ବିଦାୟ । ଇଂରାଜୀ ନୂଆବର୍ଷର ନୂଆ ସକାଳକୁ ଏକ ନିଆରା ଢଙ୍ଗରେ ସ୍ୱାଗତ ଜଣାଇଛନ୍ତି ୭ ବର୍ଷର ବାଳକ ଶାନ୍ତନୁ ଶାନ୍ତିସ୍ୱରୂପ । ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱର ପୋଖରୀପୁଟସ୍ଥିତ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍‌-୨ ଠାରେ ରହୁଥିବା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ରଙ୍ଗ, ତୂଳୀରେ ଶାନ୍ତିର କପୋତ ଆଙ୍କି ନୂତନବର୍ଷ ବିଶ୍ୱବାସୀଙ୍କ ପାଇଁ ଶାନ୍ତିର ବର୍ଷ ହେଉ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେ ଏ ସମ୍ପର୍କରେ କୁହନ୍ତି ଗତ ଦୁଇବର୍ଷ ହେଲା ମହାମାରୀ ‘କରୋନା’ ସାଙ୍ଗ, ସାଥୀମାନଙ୍କୁ ଆମଠାରୁ ଅଲଗା କରିଦେଇଛି । ବିଦ୍ୟାଳୟକୁ ପାଠ ପଢିବାକୁ ଯାଇପାରୁନୁ । ଅନେକ ସମୟରେ ସରକାର ଏ ନେଇ କଟକଣା ଜାରି କରୁଛନ୍ତି । ଘରେ ରହି ବୋର୍ ହୋଇଗଲୁଣି । ହେ ଭଗବାନ, ଆମମାନଙ୍କୁ ଏଥିରୁ ଉଦ୍ଧାର କର । ଆମକୁ ଶାନ୍ତି ଫେରାଇ ଦିଅ । ସାରା ବିଶ୍ୱରେ ଶାନ୍ତି, ମୈତ୍ରୀ, ସଦ୍‌ଭାବ ପ୍ରତିଷ୍ଠିତ ହେଉ ଏହା ମୋର ଆପଣଙ୍କ ନିକଟରେ ଏତିକି ଗୁହାରି ବୋଲି କହିଛନ୍ତି । ଶାନ୍ତନୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅରିଶଲ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀର ଛାତ୍ର । ଶାନ୍ତନୁଙ୍କ ଏହି ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ