ମେଗା ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ବ୍ଲକ ପୋଟ୍ଟଲାମପୁର ଗ୍ରାମ ପଂଚାୟତର କଂସାରୀଗଣ୍ଡ ଠାରେ ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୀତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୨୫୦.୩୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ଛତ୍ରପୁର ବ୍ଲକର ୧୮ ଟି ଗ୍ରାମ ପଂଚାୟତ, ରଙ୍ଗେଇଲୁଣ୍ଡା ବ୍ଲକର ୩୧ ଟି ଗ୍ରାମ ପଂଚାୟତ ଓ ଗଞ୍ଜାମ ବ୍ଲକର କରପଡା ଏବଂ ରାଜପୁର ଗ୍ରାମ କୁ ପାଣି ଯୋଗାଣ କରାଯିବ । ପ୍ରତି ପଂଚାୟତରେ ଜନସଂଖ୍ୟାକୁ ଦୃଷ୍ଟିରେ ରଖୀ ପାଣି ଟାଙ୍କି ନିର୍ମାଣ କରାଯିବ । ଏହି ପାଣି ଟାଙ୍କିରୁ ପ୍ରତି ଘରକୁ ପାଇପ ଲାଇନ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡି, ଛତ୍ରପୁର ବିଜେଡି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଶମ୍ଭୁନାଥ ସ୍ୱାଇଁ, ଯୁବ ବିଜେଡି ବ୍ଲକ ସମ୍ପାଦକ ସପନ ନାହାକ, କଲ୍ୟାଣୀ ପାଣି ପଂଚାୟତର କୋଷାଧ୍ୟକ୍ଷ ଅବନୀ ମହାପାତ୍ରଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ