ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା କୋଟି କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ କୋଟି କୋଟି ଟଙ୍କା ଅଟକଳର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ ସୋମବାର ହେୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏମୁଖ୍ୟଅତିଥି ଭାବେ ଯୋଗଦେଇ ୩୧୮. ୨୫ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଚାରିଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଏଥିରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରଥମେ ଚାନ୍ଦିପୁର ଗ୍ରାମ ପଂଚାୟତରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ପରେ ସୋନାପୁର ଛକଠାରେ ଜଳ ନିକାସ ବିଭାଗ ପକ୍ଷରୁ ୨ କୋଟି ୮୫ ଲକ୍ଷ ଟଙ୍କାର ୮ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଅନୁରୂପ ଭାବେ ଶ୍ରୀକୋଣା ଗ୍ରାମ ପଞ୍ଚାୟତର ପଟାପୋଲଠାରେ ୩୪ ପଞ୍ଚାୟତବାସୀଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ୨୭୬ କୋଟି ଟଙ୍କା ଖର୍ଚ୍ଚ ଅଟକଳର ବୃହତ ପାଇପ ପାନୀୟଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ସଦର ବ୍ଲକର ୧୪ ଗୋଟି ପଞ୍ଚାୟତ ଓ ରେମୁଣା ବ୍ଲକର ୨୦ ଗୋଟି ପଞ୍ଚ।।ୟତର ଜନସାଧାରଣ ଉପକୃତ ହେବେ ବୋଲି କୁହାଯାଇଛି । ସେହିପରି ସେ ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୧ ନମ୍ବର ୱାର୍ଡ଼ର ପରମିଟ ଘାଟ ଫାଣ୍ଡିଠାରେ ୪.୩୯ କୋଟି ଟଙ୍କା ବ୍ୟୟରେ ଜଳସେଚନ ବିଭାଗ ତରଫରୁ ବୁଢାବଳଙ୍ଗ ନଦୀର ନଦୀବନ୍ଧ ସୁରକ୍ଷା ପ୍ରାଚୀରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କ ସହ ସଦର ବିଧାୟକ ଶ୍ରୀ ଦାସ ଉପସ୍ଥିତ ଥିଲେ । ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ ତାଙ୍କୁ ସେମାନେ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ସବୁ ପ୍ରକଳ୍ପ ଦ୍ୱାରା ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ସଂଖ୍ୟାଧିକ ଜନସାଧାରଣ ଉପକୃତ ହେବେ ବୋଲି ସେମାନେ ଆଶାପ୍ରକାଶ କରିଥିଲେ । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ସମୀର ଚନ୍ଦ୍ର ଦେ, ସହକାରୀ ଯନ୍ତ୍ରୀ କମଳାକାନ୍ତ ପାତ୍ର, କନିଷ୍ଠ ଯନ୍ତ୍ରୀ ମୀରାଳୀନ ପାତ୍ର, ୨୬ ନମ୍ବର ଜୋନ ଜିଲା ପରିଷଦ କମଳ ସାହୁ, ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ, ସଦର ବିଡ଼ିଓ ନଗେନ୍ଦ୍ର ନାଥ ଖମାରୀ, ଚାନ୍ଦିପୁର ସରପଞ୍ଚ ତପନ ଜେନା, ଶ୍ରୀକଣା ସରପଞ୍ଚ ପିଆଲି ପ୍ରଧାନ ପ୍ରମୁଖ ଏହି ଶିଳାନ୍ୟାସ ପର୍ବରେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଆଗଧାଡିର ବହୁ ନେତା ଓ ଛାମୁଆ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାସ, ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ଟାଉନ ସଭାପତି ସନତ ଦାସ, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି, ଟାଉନ ମହିଳା ସଭାପତି ମୀନା ମହାନ୍ତି, ବରିଷ୍ଠ ନେତା ଯଯାତି ଦାସ, ପୂର୍ଣ୍ଣଚନ୍ଦ୍ର ନାୟକ, ଦେବାଲି ସାହୁ, ଶେଖ ଶାକିର ଖାନ, ଅସମା ବିବି, ଶେଖ ରାଜୁ, ଜଗନ୍ନାଥ ମହାରଣା, ଆଶ୍ରିତା ତରେଇ, ସନ୍ଧ୍ୟାରାଣୀ ଜେନା, ରାମଚନ୍ଦ୍ର ନାଥ, ଶକ୍ତିପଦ ରାୟ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।


