ପୋଲିସ ବିରୋଧରେ ଏସପିଙ୍କୁ ଜାମଝାଡ଼ି ମହିଳାଙ୍କ ଫେରାଦ

ବାଲେଶ୍ୱର, (ସରୋଜ ପଣ୍ଡା) :ବାହାର ରାଜ୍ୟର ଲୋକଙ୍କଠାରୁ ବଟି ଆଦାୟକୁ ବିରୋଧ କରି ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନରେ ସିମୁଳିଆ ଥାନା ପୋଲିସର ନିଷ୍କ୍ରିୟତା ସମ୍ପର୍କରେ ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକଙ୍କଠାରେ ଫେରାଦ ହୋଇଛନ୍ତି ପୀଡ଼ିତ ପରିବାର । ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ଅଞ୍ଚଳର ଉମାକାନ୍ତ ଦାସଙ୍କ ପତ୍ନୀ ମାଣିକ ଦାସ ଆଜି ଏସପିଙ୍କ ଅଫିସରେ ପହଞ୍ଚି ଗତ ୨ ତାରିଖରେ ତାଙ୍କ ସ୍ୱାମୀଙ୍କ ଉପରେ ହୋଇଥିବା ସଙ୍ଘବଦ୍ଧ ଆକ୍ରମଣ ଓ ସିମୁଳିଆ ପୁଲିସର ସନ୍ଦେହପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ । ତାଙ୍କ ଆପତ୍ତି ଅନୁସାରେ ଜାମୁଝାଡ଼ି ଅଞ୍ଚଳର ଅଷ୍ଟମପ୍ରହରୀ ପଡ଼ିଆରେ ଅସ୍ଥାୟୀ ତମ୍ବୁ ପକାଇ ଗାଁ ଗାଁ ବୁଲି ଚୁଡ଼ି ବେପାର କରୁଥିବା ବାହାର ରାଜ୍ୟର ଯାଯାବର ପରିବାରଙ୍କଠାରୁ କିଛି ଅସାମାଜିକ ବ୍ୟକ୍ତି ବଟି ଆଦାୟ କରିଥିଲେ । ଏ ସମ୍ପର୍କରେ ଜାଣିବା ପରେ ଗା’ ର କିଛି ବ୍ୟକ୍ତି ସେମାନଙ୍କୁ ବିରୋଧ କରିବା ଯୋଗୁଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସ୍ଥାନୀୟ ସରପ ସସ୍ମିତା ଦାସ ଏଥିରେ ହସ୍ତକ୍ଷେପ କରିଥିଲେ । ତାଙ୍କର ନିଷ୍ପତ୍ତି କ୍ରମେ ତହିଁଆରଦିନ ଆୟୋଜିତ ବୈଠକରେ ସରପଞ୍ଚ ଶ୍ରୀମତୀ ଦାସ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଦାସଙ୍କ ସମେତ ବହୁ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ । ମାତ୍ର ଅଭିଯୁକ୍ତମାନେ କୌଣସି କଥା ଶୁଣିବା ପରିବର୍ତ୍ତେ ସେଠାରେ ଉପସ୍ଥିତ ଲୋକଙ୍କୁ ଲାଠିରେ ଆକ୍ରମଣ କରିଥିଲେ । ଏଥିରେ ମାଣିକ ଦାସଙ୍କ ସ୍ୱାମୀ ଉମାକାନ୍ତ ଦାସ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ଏନେଇ ସିମୁଳିଆ ଥାନାରେ ଏତଲା ହୋଇଥିଲେ ବି ଅଭିଯୁକ୍ତଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଲିସ ଆଗ୍ରହ ପ୍ରକାଶ କରୁନଥିବା ଶ୍ରୀମତୀ ଦାସ ଆରୋପ ଉଠାଇଛନ୍ତି । ଅନ୍ୟ କୌଣସି ଉପାୟ ନପାଇ ଶେଷରେ ନ୍ୟାୟ ପାଇଁ ସେ ଏସପିଙ୍କଠାରେ ଗୁହାରୀ କରିଛନ୍ତି । ଏନେଇ ଏକ ଦାବିପତ୍ର ସେ ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଜାମୁଝାଡ଼ି ଅଞ୍ଚଳର କିଛି ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ