ଅନ୍ତର୍ଜାତୀୟ ସ୍ତରରେ ସମ୍ମାନୀତ ହେଲେ ଡ. ଭଗବାନ ଗନ୍ତାୟତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବରିଷ୍ଠ ସମାଜସେବୀ, ରାଜନେତା ତଥା ଏସ୍.ଏମ୍.ଆଇ.ଟିର ସଭାପତି ଡକ୍ଟର ଭଗବାନ ଗନ୍ତାୟତ ନିଜର ଜୀବନ କାଳ ମଧ୍ୟରେ ସମାଜର ଗରିବ ଶ୍ରେଣୀରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ ଦେବା ଓ ସମାଜସେବା ଓ ଶିକ୍ଷା ,ସଂସ୍କୃତି ଆଦିରେ ଗଂଜାମ ଜିଲ୍ଲାରେ ନିଜର ନାମ ସୁପରିଚିତ ରଖିଥ୍ôବା ବେଳେ ନୂଆଦିଲ୍ଲୀ ତରଫରୁ ଚଳିତ ନଭେମ୍ବର ମାସ ତଥା ଶନିବାର ଦିନ ନାଇଟ୍ ସ୍ପଟ୍ ବେସ୍ ରୁମ୍ ସାଇଗନ୍ ଭିଏତନାମା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ସେମିନାର ସମ୍ବର୍ଦ୍ଧନା ଉତ୍ସବରେ ଡକ୍ଟର ଭଗବାନ ଗନ୍ତାୟତଙ୍କୁ ୨୦୧୯ ସହ ମେଡଲ ନାମକ ଅନ୍ତର୍ଜାତୀୟ ପୁରଷ୍କାର ପ୍ରଦାନ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ଗନ୍ତାୟତଙ୍କୁ ପ୍ରାୟ ଜାତୀୟ ଓ ଅନ୍ତର୍ଜାତୀୟ ୪୬ ଟି ପୁରଷ୍କାର ମିଳିଥିବା ବେଳେ ସେଥିମଧରୁ ଶନିବାର ମିଳିଥିବା ପୁରସ୍କାର ଗଂଜାମ ଜିଲ୍ଳା ପାଇଁ ଏହା ଏକ ଗୈାରବ ଜନିତ ପୁରଷ୍କାର । ଡ.ଭଗବାନ ଗନ୍ତାୟତଙ୍କୁ ପୁରସ୍କାର ମିଳିବା ଅବସରରେ ଅନୁଷ୍ଠାନର ସଂପାଦକ ଜାମୁଲା ଶଙ୍କର ନାରାୟଣ, କୋଷାଧକ୍ଷ ପ୍ରମୋଦ କୁମାର ପଣ୍ଡା,ଅଧକ୍ଷ ଜଗନ୍ନାଥ ସାହୁ ଆଦି ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଗନ୍ତାୟତଙ୍କ ଗଂଜାମ ଜିଲ୍ଲା ପାଇଁ ସଦାବେଳେ ମହନୀୟ କାର୍ଯ୍ୟ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବା ସହ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ର୍ରିୟ ପାତ୍ର ହୋଇଥିବା ବେଳେ ତାଙ୍କୁ ବିଭିନ୍ନ ଦିଗରୁ ଏବେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।