୯ ଦଫା ଦାବି ନେଇ ଆଇଆରଇଏଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଛତ୍ରପୁର, (ଦେବଦତ୍ତ ମହାରଣା) :ମାଟିଖାଲ ଗ୍ରାମର ଗରିବ, ହରିଜନ ପରିବାରଙ୍କ ବିରୁଦ୍ଧରେ ହୋଇଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର, ଭାରତୀୟ ବିରଳ ମୃତ୍ତିକାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ ପରିବାରର ଉତ୍ତରାଧିକାରୀଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି, ସିଏସଆର ପାଣ୍ଠିରୁ ଖର୍ଚ୍ଚ କରି ଅଂଚଳରେ ହସ୍ପିଟାଲ ପ୍ରତିଷ୍ଠା କରିବା, ଅଂଚଳର ଆଇଟିଆଇ, ଡିପ୍ଲୋମା ଓ ଡିଗ୍ରୀ ପାସ୍ କରିଥିବା ଯୁବକ ଯୁବତୀ ମାନଙ୍କୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, କମ୍ପାନୀ ଦ୍ୱାରା ଜମି ଅଧିଗ୍ରହଣ ଅଂଚଳରେ ପରିବାର ପାଇଁ ଶିଶୁ ଓ ଛାତ୍ର ଅଧ୍ୟାୟନ ସକାଶେ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲିବା, କମ୍ପାନୀ ପରିସରରେ ପ୍ରତିଷ୍ଠା ହୋଇଥିବା ଏମଓପି ପ୍ଲାଣ୍ଟ କୁ ତୁରନ୍ତ ବନ୍ଦ କରିବା ସମେତ ୯ ଦଫା ଦାବି ନେଇ ସୋମବାର ଭାରତୀୟ ବିକାଶ ପରିଷଦ ପକ୍ଷରୁ ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୃତ୍ତିକା କାରାଖାନା ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । କମ୍ପାନୀ ପକ୍ଷରୁ ଜଣେ ଅଧିକାରୀଙ୍କ ବୋଲକରାରେ ନିରୀହ, ହରିଜନ ଓ ଗରୀବ ପରିବାରଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରାଯିବା ସହ ସେମାନଙ୍କ ଜମି ଗୁଡିକ ହଡପ କରାଯାଉଛି । ଏହାକୁ ବରଦାସ୍ତ କରାଯିବନାହିଁ ବୋଲି ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଚେତାବନୀ ଦେବା ସହ ଆଗାମୀ ଦିନରେ ଦୁର୍ନିତି ଗସ୍ତ ଏହି ଅଧିକାରୀଙ୍କ ବିରୁଦ୍ଧରେ ଜନ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ସମସ୍ତ ଦାବି ଗୁଡିକ କମ୍ପାନୀ ପକ୍ଷରୁ ତୁରନ୍ତ ସମାଧାନ କରିବା ନିମନ୍ତେ ବିକାଶ ପରିଷଦ ପକ୍ଷରୁ ଦାବି କରାଯିବା ସହ ଏମଓପି ପ୍ଲାଣ୍ଟକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ଗ୍ରୀନ ଟ୍ରୁବ୍ୟୁନାଲର ଆଶ୍ରୟ ନିଆଯିବ ବୋଲି ମଧ୍ୟ ସେ କହିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ କିଶୋର ଚନ୍ଦ୍ର ପାତ୍ର, ଗୁରୁ ଚରଣ ପାତ୍ର, ଗୌରୀ ଶଙ୍କର ମହାନ୍ତି, ସୂର୍ଯ୍ୟ ନାରାୟଣ ବେହେରା ଓ ଗୁରୁଦେବ ବେହେରାଙ୍କ ସମେତ ବହୁ ଅଂଚଳବାସି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ