ଟ୍ରାକ୍ଟର ସହ ବିପୁଳ ପରିମାଣର କାଠ ଜବତ : ୨ ଗିରଫ

ମୋହନା, (ଅଂଶୁମାନ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବନବିଭଗ ଚଢ଼ାଉ କରି ଗୁଞ୍ଜିମା ଜଙ୍ଗଲରୁ ବିପୁଳ ପରିମାଣର ଶିରିଶି କାଠ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ମୋହନା ଥାନା ବଡ଼ମଳାଇ ଗାଁର ବାବୁଲା ଦଳାଇ ଓ ଅନ୍ୟ ଜଣେ ଗଂଜାମ ଜିଲ୍ଲା ପାଟପୁର ଥାନା ରାଜନାପଲ୍ଲୀ ଗାଁର ପ୍ରମୋଦ ମଲ୍ଲିକ । ଅଭିଯୁକ୍ତମାନେ ଗଂଜାମ ଜିଲ୍ଲାକୁ ଚାଲାଣ ପାଇଁ ୧୩ ଖଣ୍ଡ ଗଣ୍ଡି କାଠ ଜଙ୍ଗଲରେ ରଖିଥିବା ବେଳେ କୌଣସି ସୂତ୍ରରୁ ମୋହନା ବନ ବିଭଗ ଖବର ପାଇ ଚଢ଼ାଉ କରି ଏକ ଟ୍ରାକ୍ଟର ଓ ବାଇକ ସହ ଗଣ୍ଡି କାଠ ଜବତ କରିଛି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବନ ବିଭଗ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ