ଓଡିଆ ସିନେ ଜଗତର ସୁପ୍ରତିଷ୍ଠିତ ଚଳଚିତ୍ର ଅଭିନେତା ମିହିର ଦାସଙ୍କୁ ବାଲୁକା ଚିତ୍ରକଳା ମାଧ୍ୟରେ ଶ୍ରଦ୍ଧାଞ୍ଜଳି

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଓଡିଆ ରଙ୍ଗମଂଚ ଓ ରୂପେଲି ପରଦାର ୪ ଦଶନ୍ଧି ଧରି ଓଡିଆଙ୍କ ହୃଦୟରେ ବସା ବାନ୍ଧିଥିବା କଳା ଯାଦୁଗର ମିହିର ଦାସ(୪୦)ଙ୍କର ମଙ୍ଗଳବାର ଦିନ ଅପରାହ୍ନରେ କଟକର ଘରୋଇ ହସ୍ପିଟାଲରେ କୀଡନୀ ଜନିତ ରୋଗରେ ଦେହାନ୍ତ ହୋଇଯାଇଛି ।ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ,ମୟୂରଭଂଜ ମାଟିର କୋଳରେ ଜନ୍ମିତ ସିନେ ତାରା, ରାଇରଙ୍ଗପୁର ମାଟିକୁ ଭଲ ପାଉଥିବା ଲୋକଟିଏ,ଆଶାର ଆଲୋକ ମାଧ୍ମରେ ଉଜୁଡି ଯାଉଥିବା ପରିବାରକୁ ଯୋଡୁଥିବା ଲୋକଟିଏ, ନିର୍ବିବାଦୀୟ କଳାକାରଟିଏ, କଳା ପାଇଁ ସମର୍ପିତ ଲୋକଟିଏ, ହୃଦୟବାନ ମଣିଷଟିଏ, ସେହି ଚଳଚିତ୍ର ତାରକାଙ୍କ ଅସମୟରେ ଦଃଖଦ ବିଦାୟକୁ ଝୁରୁଛି, ଓଡିଶା, ଝୁରୁଛି ମୟୂରଭଂଜ । ତାଙ୍କରି ଶେଷ ସମ୍ମାନାର୍ଥେ ଭାରତର ବିଶିଷ୍ଟ ବାଲୁକା କଳାଶିଲ୍ପୀ ଶିକ୍ଷକ ରାଈରଙ୍ଗପୁର ମୁଯ ବଡଦାଣ୍ଡ(ପୂଜା ଗେଷ୍ଟ ହାଉସସମ୍ମୁଖରେ) ବାଲୁକା କଳା ମାଯମରେ ଚିର ସମ୍ମାନୀୟ ମିହିର ଦାସଙ୍କ ଚିତ୍ର ଛବି ଆଙ୍କି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହି ମିହିର ଦାସଙ୍କ ବାଲୁକା ଛବିକୁ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋରଂଜନ ବିଶ୍ୱାଳ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସ଼ ମିହିର ଳଙ୍କ ଅମ୍ଳାନ ପ୍ରତିଭାର ଗୁଣଗାନ କରିଥିଲେ । କାର୍ଯ୍ୟକ୍ରମରେ ରାସ୍ତାରେ ଯାଉଥିବା ପଥଚାରୀ, ବୁଦ୍ଧିଜିବୀ, ଗଣମାଧ୍ୟମ ପ୍ରତିନିଧୀ, ବଣିକ ସଂଘ, ସହରବାସୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।କାର୍ଯ୍ୟକ୍ରମରେ ବାଲୁକା ଶିଳ୍ପୀଅଜୟ ଘୋଷ ମିହିର ଦାସଙ୍କ ଅମ୍ଳାନ ସ୍ମୃତିକୁ ସବୁରି ହୃଦୟରେ ଗଣ ମାଧ୍ୟମ , ସାମାଜିକ ଗଣମାଧ୍ୟମ ଜରିଆରେ ଉଦଜୀବିତ କରାଇବା ପାଇଁ ଏହା ଏକ ଛୋଟିଆ ପ୍ଳୟାସ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଶାନ୍ତ ପରୀକ୍ଷା, ଅଧ୍ୟାପକ ବିଜୟ ରାମ ,ଅଧ୍ୟାପକ ଡଃ ଦିଗମ୍ବର ଗିରି, ସାମ୍ବାଦିକ ସୌରଭ ପଟନାୟକ, ଅକ୍ଷୟ ବିଶ୍ୱାଳ, ସୁଜିତ ପଟନାୟକ, ମଳୟ ଦାସ, ସେକ ସଦାମ , ମେଘନାଦ ହେମ୍ବ୍ରମ ଏବଂ ବହୁ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ