ରଣକ୍ଷେତ୍ର ପାଲଟିଲା ଢିଙ୍କିଆ ଆନ୍ଦୋଳନ କାରୀ-ପୋଲିସ ମୁହାଁମୁହିଁ

ପାରାଦୀପ, (ପିତବାସ ପ୍ରଧାନ) :ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ର ଢିଙ୍କିଆରେ ଜେ ଏସ୍ ଡବ୍ଲ୍ୟୁ କମ୍ପାନୀ ପାଇଁ ରଣକ୍ଷେତ୍ର ପାଲଟିଛି । ଆଗରୁ ପୋସ୍କୋ କମ୍ପାନୀ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଆନ୍ଦୋଳନ କାରୀଙ୍କ ପାନ ବରଜକୁ ପ୍ରଶାସନ ଜୋରଜବରଦସ୍ତ ଭାଙ୍ଗୁଥିବାର ଖବର ପାଇଁ ଢିଙ୍କିଆର ଶହ ଶହ ଆନ୍ଦୋଳନ କାରୀ ପାନବରଜ ଆଡକୁ ଆସୁଥିବା ବେଳେ ପୋଲିସ ସେ ମାନଙ୍କୁ ଅଟକାଇ ଥିଲା । ଫଳରେ ଉତ୍ତେଜନା ଉଗ୍ରରୂପ ନେଇ ପୋଲିସ ଓ ଆନ୍ଦୋଳନ କାରୀଙ୍କ ମଧ୍ୟରେ ଧସାଧସି ହୋଇଥିଲା । ଉତ୍ତେଜନାକୁ ଅଟକାଇବାକୁ ଯାଇ ପୋଲିସ ଲାଠି ଚାଳନା କରିଥିଲା । କିଛି ସମୟ ପାଇଁ ଢିଙ୍କିଆ ରଣକ୍ଷେତ୍ରରେ ପାଲଟିଗଲା । ପୋଲିସ୍ ର କାର‌୍ୟ୍ୟନୁଷ୍ଠାନ ଫଳରେ ଆନ୍ଦୋଳନକାରୀ ଛତ୍ରଭଙ୍ଗ ଦେଇଥିଲେ। ପୋଲିସ ଯାହାକୁ ପାରିଲା ଅମାନସିକ ଭାବେର ପିଟି ଚାଲିଲା ଏମିତିକି ଛୋଟ ପିଲାବି ବାଦ ପଡି ଲେ ନାହିଁ । ପୋଲିସ କହିବା କଥା ଆନ୍ଦୋଳନକାରୀ ମାନେ ପୋଲିସ୍ ଉପରକୁ ପ୍ରଥମେ ପରିଶ୍ରା ଓ ଟେକାପଥର ମାଡ କରିଥିଲେ।ଯାହା ଫଳରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହି ଧସାଧସିରେ ଉଭୟଙ୍କ ପକ୍ଷରୁ ୩୦ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବିଭିନ୍ନ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆନ୍ଦୋଳନର ନେତୃତ୍ୱ ନେଉଥିବା କିଛି ଲୋକଙ୍କୁ ପୋଲିସ୍ ଗିରଫ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ