ସୋମନାଥପଲ୍ଲୀ ମୋଟରସାଇକେଲ୍ ପୋଡ଼ି ଘଟଣାରେ ଭୁବନେଶ୍ୱରରୁ ତିନି ଗିରଫ

ଗାଙ୍ଗପୁର, (ସନ୍ତୋଷ ବିଶୋଇ): ଗତ ବୁଧବାର ସନ୍ଧ୍ୟାରେ ବେଲଗୁଣ୍ଠା ବ୍ଳକ୍ କଣ୍ଟେଇପଲ୍ଲୀ ନିକଟସ୍ଥ ସୋମନାଥପଲ୍ଲୀ ଛକରେ ଏକ ଗ୍ଲାମର ମୋଟରସାଇକେଲ୍ ପୋଡ଼ି ଘଟଣାରେ ଗାଙ୍ଗପୁର ପୋଲିସ୍ ଭୁବନେଶ୍ୱରରୁ ତିନି ଜଣଙ୍କୁ ଗିରଫ କରିଛି I ସୂଚନା ପ୍ରକାରେ ଗତ ବୁଧବାର ସନ୍ଧ୍ୟା ସମୟରେ ବିଞ୍ଚଣା ଗ୍ରାମର ପ୍ରଦ୍ୟୁମ୍ନ ବେହେରା ଓରଫ ଟୁଲୁ (48) ତାଙ୍କର ଜଣେ ବନ୍ଧୁଙ୍କ ଗ୍ଲାମର ମୋଟରସାଇକେଲ୍ ଧରି ସୋମନାଥପଲ୍ଲୀ ଛକକୁ ଯାଇ ସେଠାରେ ସେ ଏକ ଫାଷ୍ଟଫୁଡ୍ ଦୋକାନରେ ବସି ଜଳଖିଆ ଖାଉଥିବା ସମୟରେ କୌଣସି କଥାକୁ ନେଇ ତାଙ୍କର କିଛି ଲୋକଙ୍କ ସହ ଯୁକ୍ତିତର୍କ ହୋଇଥିଲା I ଏଥିରେ ସେହି ଲୋକମାନେ ଉତକ୍ଷିପ୍ତ ହୋଇ ପ୍ରଦ୍ୟୁମ୍ନଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହିତ ପ୍ରଦ୍ୟୁମ୍ନ ନେଇଥିବା ଗାଡିଟିକୁ ମଧ୍ୟ ପୋଡ଼ି ଦେଇଥିଲେ I ଘଟଣା ନେଇ ପ୍ରଦ୍ୟୁମ୍ନଙ୍କ ଅଭିଯୋଗ ପ୍ରକାରେ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 21/22,ଆଇପିସି ଧାରା ୟୁଏସ୍ 341/294/323/427/34 ରେ ମାମଲା ରୁଜୁ କରି ତଦନ୍ତକାରୀ ଅଫିସର୍ ଏସ୍ଆଇ ଶୁଭ୍ରଜିତ୍ ସାମନ୍ତରାୟ ଘଟଣାର ତଦନ୍ତ ତଦନ୍ତ ଆରମ୍ଭ କରିଥିଲେ I ଏସ୍ଆଇ ଶ୍ରୀ ସାମନ୍ତରାୟଙ୍କ ନେତୃତ୍ୱରେ ପୋଲିସ୍ ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିବାରେ ସଫଳ ହୋଇଛି I ଗିରଫ ବ୍ୟକ୍ତିମାନେ ଭଞ୍ଜନଗର ଥାନା ଅନ୍ତର୍ଗତ କଇଁଣ୍ଡି ଗ୍ରାମର ଶମ୍ଭୁ ଜେନା, ସୁକୁମାର ନାୟକ ଏବଂ ଅଗଝୋଳ ଗ୍ରାମର ମୂରଲୀ ସେଠୀ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ