ନୂତନ ସଦସ୍ୟଙ୍କୁ ସ୍ୱାଗତ : ଅନ୍ୟାନ୍ୟ କର୍ମକର୍ତ୍ତା ଚୟନ
ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ପରିସରରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ଏକ ସ୍ୱତନ୍ତ୍ର ବୈଠକ ଏବଂ ଯୋଗଦାନ କାର୍ଯ୍ୟକ୍ରମ ସଭାପତି ସୁରେଶ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜୁ ଜନତା ଦଳର ସମସ୍ତ ପାର୍ଥୀ ମାନଙ୍କର ଆଇନ ସମ୍ବଦ୍ଧୀୟ ବିଭିନ୍ନ କାର୍ଯ୍ୟରେ ବିଜୁ ଆଇନ ସାମ୍ମୁଖ୍ୟର ସଦସ୍ୟ ମାନେ ସହଯୋଗ କରିବା ସହ ସାମ୍ମୁଖ୍ୟର ବିଭିନ୍ନ କାର୍ଯ୍ୟସୂଚୀ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ବିଜୁ ଆଇନ ସାମ୍ମୁଖ୍ୟରେ ଆଇନଜିବୀ ବ୍ରଜ ମୋହନ ଆଚାର୍ଯ୍ୟ, ପି. ଧର୍ମା ରେଡ୍ଡି, ଏମ. ମୋହନ ରେଡ୍ଡି, ରୁଦ୍ର ପ୍ରସାଦ ବେହେରା ଓ ପି. ମୋହନ ରେଡ୍ଡି ନୂତନ ଭାବେ ଯୋଗ ଦେଇଛନ୍ତି । ନୂତନ ଭାବେ ଯୋଗ ଦେଇଥିବା ସମସ୍ତ ସଦସ୍ୟ ମାନଙ୍କୁ ସାମ୍ମୁଖ୍ୟର ବରିଷ୍ଠ ସଦସ୍ୟ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ପରେ ବିଜୁ ଆଇନ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ବିଜୟକୃଷ୍ଣ ପଟ୍ଟନାୟକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରିଥିଲେ । ପୁରାତନ ସଦସ୍ୟ ଡମିନାଥ ସାହୁଙ୍କୁ ଉପସଭାପତି ଭାବେ ଚୟନ କରାଯାଇଥିବା ବେଳେ ନୂତନ ସଦସ୍ୟ ବ୍ରଜ ମୋହନ ଆଚାର୍ଯ୍ୟ ଙ୍କୁ ଉପଦେଷ୍ଟା ଏବଂ ପି. ଧର୍ମାରେଡ୍ଡିଙ୍କୁ ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ସେମାନଙ୍କ ନାମ ଘୋଷଣା କରାଯାଇଥିଲା । ସାଧାରଣ ସମ୍ପାଦକ ଏଲ୍. ଗୋପାଳ ରାଓ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଉପସଭାପତି ସିମାଂଚଳ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଆଇନ ସାମ୍ମୁଖ୍ୟର ଆବାହକ ମନୋଜ କୁମାର ପାଢି, ଉପଦେଷ୍ଟା ଅଶୋକ କୁମାର ଚୈାଧୂରୀ, ଉପସଭାପତି ଭେରବୀ କୁମାର ପଟ୍ଟନାୟକ, ଅହି ଭୂଷଣ ସାହୁ, କିଶୋର ଚନ୍ଦ୍ର ସେନାପତି, ପ୍ରଦୀପ କୁମାର ପାତ୍ର, ସମ୍ପାଦକ ସୌରୀ ବେହେରା, ଡିଜିଟାଲ ସମ୍ପାଦକ ଡି. ପଦ୍ମନାଭ ପ୍ରଧାନ, ରାମକୃଷ୍ଣ ଦାଶ, ଟି. ମୋହନ ରାଓଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।


