ଛତ୍ରପୁର ବ୍ଲକରେ ୫୮ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ସୋମବାର ଠାରୁ ବିଭିନ୍ନ ପଦ ପଦବୀ ନିମନ୍ତେ ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଦ୍ୱିତୀୟ ଦିନରେ ଛତ୍ରପୁର ବ୍ଲକର ୧୮ଟି ଗ୍ରାମ ପଂଚାୟତର ବିଭିନ୍ନ ପଦ ପଦବୀ ନିମନ୍ତେ ୫୮ ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୨ଜଣ ସରପଞ୍ଚ ପ୍ରାର୍ଥୀ ଓ ୫୧ ଜଣ ୱାର୍ଡ ମେମ୍ବର ପାର୍ଥୀ ନିଜ ନିଜ ପଂଚାୟତର ରିଟର୍ଣ୍ଣି ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସମିତିସଭ୍ୟ ପଦବୀ ନିମନ୍ତେ ୫ଜଣପାର୍ଥୀ ପତ୍ର ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ନିକଟରେ ଦାଖଲ କରିଛନ୍ତି । ସେଥି ମଧ୍ୟରୁ ଆର୍ଯ୍ୟପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନିମନ୍ତେ ଯୁବନେତା ଜିତେନ୍ଦ୍ର ନାୟକ ନିଜର ପ୍ରାର୍ଥୀ ପତ୍ର ମଙ୍ଗଳବାର ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ପଞ୍ଚାୟତର ବହୁବିଧ ଅଭାବ, ଅସୁବିଧା, ବହୁଳ ସମସ୍ୟାକୁ ଦୃଷ୍ଟିରେ ରଖି ସର୍ବାଙ୍ଗୀନ ଉନ୍ନତି କରିବାକୁ ଅଣ୍ଟାଭିଡି ଜିତେନ୍ଦ୍ର ସରପଞ୍ଚ ପଦବୀ ନିମନ୍ତେ ସେ ନିର୍ବାଚନ ମଇଦାନ କୁ ଓହ୍ଲାଇଛନ୍ତି ବୋଲି ନିଜ ପ୍ରତିକ୍ରୀୟାରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ