ସାନଖେମୁଣ୍ଡିରେ ତୃତୀୟ ଦିନସୁଦ୍ଧା ୨୪୭ପ୍ରାର୍ଥୀପତ୍ର ଦାଖଲ କଲେ ୫୯ନଂ ଜୋନରେ ବିଜେପି ପକ୍ଷରୁ ଲିଟୁ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ବୁଧବାରସୁଧା ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିବସରେ ସାନଖେମୁଣ୍ଡି ବ୍ଲକ୍ ର ୨୬ଟି ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ବୁଧବାର ସୁଦ୍ଧା ୩୫ଜଣ ସରପଞ୍ଚ ଓ ୨୨ ଜଣ ସମିତିସଭ୍ୟ ପ୍ରାର୍ଥୀ ଓ ୱାର୍ଡ଼ସଭ୍ୟ ପ୍ରାର୍ଥୀ ଭାବେ ୧୯୦ ଜଣ ନିଜ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି । କୋଭିଡ୍ ନିୟମ ମାନି ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟ ରେ ତୃତୀୟ ଦିନ ସୁଦ୍ଧା ସର୍ବମୋଟ ୩୩୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ମିଳିଛି । ସେହିଭଳି ସାନଖେମୁଣ୍ଡି ୫୯ନଂ ଜିଲ୍ଲାପରିଷଦ ଜୋନ୍ ରୁ ବିଜେପି ପ୍ରାର୍ଥୀ ଭାବେ ଲିଟୁ ପ୍ରଧାନ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତାବକ ସମର୍ଥକଙ୍କ ସହ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।