କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରଚାର ଆରମ୍ଭ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ୨୪ନଂ ଜୋନର କଂଗ୍ରେସ ସମର୍ଥିତ ଜିଲ୍ଲା ପରିଷଦ ସଭ୍ୟା ପ୍ରାର୍ଥୀନୀ ତପସ୍ୱିନୀ ଜେନା ଆଜି ଠାରୁ ପ୍ରଚାର ଆରମ୍ଭ କରିଛନ୍ତି । ଶ୍ରୀମତୀ ଜେନା ପ୍ରଥମେ ରଣଜିତ ବଳଦେବଜୀଉ ପୀଠରେ ପହଂଚି ସେଠାରେ ପୂଜାର୍ଚ୍ଚନା କରି ସାରିବା ପରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ସହିତ ବାଲି ପୋଖରୀ, ନପଙ୍ଗ, ରଣଜିତ, ରହଣିଆ, ମାଳଦା, ଷୋଳମପୁର, କୁରିଗାଁ ପଂଚାୟତର ସଭାପତି ମାନେ ଉପସ୍ଥିତ ଥିଲେ । କୋଭିଡ ଗାଇଡ଼ଲାଇନ ଅନୁଯାୟୀ ସେ ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ଲୋକଙ୍କର ମୌଳିକ ସମସ୍ୟା ବିଷୟରେ ଅବଗତ ହୋଇ ଆଗାମୀ ଦିନରେ ସମାଧାନ ଦିଗରେ ପ୍ରତିଶ୍ରୁତି ଦେଉଥିବା ଦେଖାଯାଉଛି ।  ଏଠାରେ ସୂଚିତ ଶ୍ରୀମତୀ ଜେନା ୨୨ନଂ ଜୋନର ଭୋଟର ହୋଇଥିବା ବେଳେ ପୂର୍ବରୁ ସେ ନେରଡ଼ା ପଂଚାୟତର ସରପଞ୍ଚ ଥିଲେ ।  ତାଙ୍କର ଉତ୍ସର୍ଗୀକୃତ ସେବା ଓ ଦକ୍ଷ ନେତୃତ୍ୱ ଯୋଗୁ ଦଳ ତାଙ୍କୁ ଚଳିତ ନିର୍ବାଚନରେ ୨୪ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଭାବେ ଟିକେଟ ପ୍ରଦାନ କରିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ