ନିର୍ବାଚନ ରଣାଙ୍ଗନରେ ୮୧୨ପ୍ରାର୍ଥୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ଓ ପ୍ରତ୍ୟାହାର ଶେଷ ହୋଇଥିବା ବେଳେ ଏବେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ୨୩ଗୋଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ମିଶାଇ ୮୧୨ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ତେସିଙ୍ଗା ପଂଚାୟତ ପାଇଁ ସରପଞ୍ଚ ଭାବେ ୩ ଓ ସମିତିସଭ୍ୟ ପାଇଁ ୪, ରାଜେନ୍ଦ୍ରପୁର ସରପଞ୍ଚ ପାଇଁ ୩ ଓ ସମିତିସଭ୍ୟ ୩, ସାନଶାସନ ସରପଞ୍ଚ ୪ ଓ ସମିତିସଭ୍ୟ ୪, ନାଆମୀ ସରପଞ୍ଚ ୩ ଓ ସମିତିସଭ୍ୟ ୩, ଝୁଟୁଣା ସରପଞ୍ଚ ୨ ଓ ସମିତିସଭ୍ୟ ୩, ବନ୍ଦାଳୋ-ମଢ଼ିଆଳି ସରପଞ୍ଚ ୫ ଓ ସମିତିସଭ୍ୟ ୩, ରାମଚନ୍ଦ୍ରପୁର ସରପଞ୍ଚ ୩ ଓ ସମିତିସଭ୍ୟ ୩ , ନେରଡ଼ା ପଂଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ୨ ଓ ସମିତିସଭ୍ୟ ଭାବେ ୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଛନ୍ତି । ସେହିପରି ବିଷ୍ଣୁପୁର, ଜଳମଣ୍ଡୁଆ, ନିର୍ଗୁଣ୍ଡି, ନଗୁଆଁ, ବୟାବନାପୁର ପଞ୍ଚାୟତ ପାଇଁ ସରପଞ୍ଚ ପାଇଁ ୩ ଓ ସମିତିସଭ୍ୟ ପାଇଁ ୩ଜଣ ଲେଖାଁଏ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଛନ୍ତି । ପାଟୁଳି ପଂଚାୟତ ପାଇଁ ୩ଜଣ ସରପଞ୍ଚ ଓ ୪ଜଣ ସମିତିସଭ୍ୟ, ସରସଦା ପାଇଁ ୩ଜଣ ସରପଞ୍ଚ ଓ ୪ଜଣ ସମିତିସଭ୍ୟ, ଦକ୍ଷିଣବାଡ଼ ପାଇଁ ୪ଜଣ ସରପଞ୍ଚ ଓ ୫ଜଣ ସମିତିସଭ୍ୟ ପ୍ରତିଦ୍ୱନ୍ଦୀତା କରୁଛନ୍ତି । ଅନୁରୂପ ଭାବେ ରଣଜିତ, ଷୋଳମପୁର, ବାଲିପୋଖରୀ, ରହଣିଆ ପଂଚାୟତ ପାଇଁ ସରପଞ୍ଚ ଭାବେ ୩ ଓ ସମିତିସଭ୍ୟ ପାଇଁ ୩ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଛନ୍ତି । ଏହାଛଡା କୁରି ଗାଁ ପଂଚାୟତ ପାଇଁ ସରପଞ୍ଚ ଭାବେ ୪ ଓ ସମିତିସଭ୍ୟ ଭାବେ ୩, ମାଳଦା ପଂଚାୟତ ସରପଞ୍ଚ ପାଇଁ ୪ ଓ ସମିତିସଭ୍ୟ ପାଇଁ ୩ ଓ ନପଙ୍ଗ ପଂଚାୟତ ପାଇଁ ସରପଞ୍ଚ ଓ ସମିତିସଭ୍ୟ ସକାଶେ ଦୁଇଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଛନ୍ତି । ଏତଦବ୍ୟତୀତ ୨୩ଗୋଟି ପଂଚାୟତର ବିଭିନ୍ନ ୱାର୍ଡରେ ୬୬୭ଜଣ ସଭ୍ୟ ସଭ୍ୟା ପଂଚାୟତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ