ବିଭିନ୍ନ ସ୍ଥାନରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବ୍ଲକ ପରିସରରେ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅଭିବାଦନ ଗ୍ରହଣ କରିଥିଲେ । ମେଡିକାଲ ପରିସରରେ ଡାକ୍ତର କମଳାକାନ୍ତ ସ୍ୱାଇଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏବିଓ ଅକ୍ଷୟ କୁମାର ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଥାନା ଓ ତହସିଲ କାର୍ଯ୍ୟାଳୟ ଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ହୋଇଥିବା ବେଳେ ବିଜେଡି କାର୍ଯ୍ୟାଳୟ ଠାରେ ଯୁବନେତା ପ୍ରଣୀତକାନ୍ତି ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କଂଗ୍ରେସ ଓ ବିଜେପି କାର୍ଯ୍ୟାଳୟ ଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶାରଦା ବିଦ୍ୟା ମନ୍ଦିର ଠାରେ ଶରତ ଚନ୍ଦ୍ର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଏଥିରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ସମସ୍ତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ । ମଞ୍ଜୁରୀରୋଡ଼ ସ୍ଥିତ ଶରତ ଚନ୍ଦ୍ର କଲଚରାଲ ଏକାଡେମୀ ଠାରେ ସଭାପତି କାହ୍ନୁଚରଣ ସାହୁ, ପ୍ରକାଶ ମହାପାତ୍ର, ବିଶ୍ୱନାଥ ବାରିକ ମିଳିତ ଭାବେ ପତାକା ଉତ୍ତୋଳନ କରିଥିଲେ । ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଯଥା ମାଳଦା ଠାରେ ରିତାଞ୍ଜଳୀ ସାମଲ, ତେସିଙ୍ଗା ପଂଚାୟତ ଠାରେ ସରପଞ୍ଚ ସଂଗୀତା ଖଣ୍ଡାଇ, ସରସଦା ଠାରେ ମଣିକାଞ୍ଚନ ସେନାପତି, ରହଣିଆ ଠାରେ ଅଲିଭା ନାୟକ, ଜଳମଣ୍ଡୁଆ ଠାରେ ଜଗବନ୍ଧୁ ଦାସ, ନଗୁଆଁ ଠାରେ କମଳ କୁମାର ନନ୍ଦ, ନେରଡ଼ା ଠାରେ ବଦ୍ରିନାରାୟଣ ରାଉତ, ବନ୍ଦାଳୋ -ମଢ଼ିଆଳି ଠାରେ ପ୍ରମିଳା ସାହୁ, ରାଜେନ୍ଦ୍ରପୁର ଠାରେ ଲକ୍ଷ୍ମୀପ୍ରିୟଦର୍ଶନୀ ଭାରତୀ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ