ଜିଲ୍ଲାରେ ସର୍ବମୋଟ ୯ହଜାର ୩ଶହ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବମୋଟ ୧୦ହଜାର ୪୭୭ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା । ସେଥିମଧ୍ୟରୁ ୮ହଜାର ୯୬ ୱାର୍ଡସଭ୍ୟ, ୧୨୬୮ ସରପଞ୍ଚ, ୯୭୧ ସମିତି ସଭ୍ୟ ଏବଂ ୧୪୨ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ସଭ୍ୟ ପଦରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଯାଞ୍ଚ ପରେ ୯୩ଟି ୱାର୍ଡସଭ୍ୟ, ୨୯ଟି ସରପଞ୍ଚ, ୮ଟି ସମତିସଭ୍ୟ ଓ ୩ଟି ଜିଲ୍ଲା ପରିଷଦ ସଭ୍ୟ ପଦରେ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନାକଚ ହୋଇଥିଲା । ଜିଲ୍ଲାର ୬୯୩ଜଣ ୱାର୍ଡସଭ୍ୟ,୨୨୯ଜଣ ସରପଞ୍ଚ, ୧୧୪ଜଣ ସମିତିସଭ୍ୟ ଓ ୮ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଜିଲ୍ଲାର ୭ହଜାର ୩୧୦ୱାର୍ଡସଭ୍ୟ,୧୦୧୦ଜଣ ସରପଞ୍ଚ, ୮୪୯ଜଣ ସମିତିସଭ୍ୟ ଓ ୧୩୧ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି ।


