‘ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ’ପକ୍ଷରୁ ମୋତିଆବିନ୍ଦୁ ଚିହ୍ନଟ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :-ସ୍ୱେଚ୍ଛାସେବୀ ସଂଗଠନ ‘ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ’ ପକ୍ଷରୁ ଏକ ନିଃଶୁଳ୍କ ମୋତିଆବିନ୍ଦୁ ଚିହ୍ନଟ ଓ ଡାଇବେଟିସ ପରୀକ୍ଷା ଶିବିର ବାହାନଗା ବ୍ଲକ କୋଚିଆ କୋଇଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟୀ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ବେହେରା ଏହି ଶିବିରକୁ ଉଦଘାଟନ କରିବା ସହିତ ସହ ସଂଗଠନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । କରୋନା କାଳରେ ଗ୍ରାମାଞ୍ଚଳରେ ଏଭଳି ଶିବିର ଆୟୋଜନ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ବେଶ ଉପାଦେୟ ହୋଇପାରିଛି ବୋଲି ସେ କହିଥିଲେ । ସଂଗଠନର ମୁଖ୍ୟ ସଂଯୁକ୍ତାରାଣୀ ବେହେରା ଏଥିରେ ପୌରହିତ୍ୱ କରିବା ସହ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଶିବିରରେ ଚିହ୍ନଟ ମୋତିଆ ବିନ୍ଦୁ ଥିବା ବ୍ୟକ୍ତିଙ୍କୁ ବିନା ଖର୍ଚ୍ଚରେ ଅସ୍ତ୍ରୋପଚାର କରାଯିବ ବୋଲି ସେ କହିଥିଲେ । ଲାୟନ୍ସ କ୍ଲବର ଡାକ୍ତର ପିଏସ ସାମନ୍ତ, ଡାକ୍ତର ସନ୍ୟାସ କୁମାର ଦାସ ପ୍ରମୁଖ ଏହି ଶିବିରରେ ଲୋକଙ୍କ ଚକ୍ଷୁ ପରୀକ୍ଷା କରିଥିବା ବେଳେ ଡାକ୍ତର ଅଭିମନ୍ୟୁ ମହାପାତ୍ର ଡାଇବେଟିସ ଓ ରକ୍ତଚାପ ପରୀକ୍ଷା ସହ ଔଷଧ ପ୍ରଦାନ କରିଥିଲେ । ଏଡି ଶିବିରକୁ ନେଇ ସ୍ଥାନୀୟ ଲୋକେ ସଂଗଠନର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସୁଶାନ୍ତ ବେହେରା, ପୀତାମ୍ବର ସାହୁ, ଜ୍ୟୋତିପ୍ରକାଶ ସେଠୀ, ମାନସ ସାହୁ, ବିବେକ କୁମାର ବାରିକ, ରତିକାନ୍ତ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ବେହେରା, ପ୍ରଫୁଲ୍ଲ ପାରିଗ୍ରାହୀ, ହରେକୃଷ୍ଣ ଶିଅଳ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଏହି ଶିବିରରେ କୋଚିଆ କୋଇଲି ସମେତ ଆଖପାଖ ଅଞ୍ଚଳର ବହୁ ମହିଳା ଓ ପୁରୁଷ ଡାକ୍ତରଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଇ ଔଷଧ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ