ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଜନରାଜ୍ୟ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :-ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୭୩ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ଧୀରେନ୍ଦ୍ର ନାରାୟଣ ଦାସ ଜାତୀୟ ପତାକା ଉତ୍ତୋଳନ କରି ଏହି ଦିବସ ପାଳନର ବିଶେଷତା ସମ୍ପର୍କରେ ଆଲୋକପାତ କରିଥିଲେ । ସଂଘର ସାଧାରଣ ସମ୍ପାଦକ ଇଂ. ବନମାଳି ନାୟକ, କ୍ଷିତୀଶ୍ୱର ଦାଶ, ବିଜୟ କୁମାର ଦାସ ଅଧିକାରୀ, ସୁଦର୍ଶନ ଦାସ, ନିରଞ୍ଜନ ପରିଡ଼ା, ଗୋବିନ୍ଦ ମାଝୀ ଏଥିରେ ଉପସ୍ଥତ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ପ୍ରସାଦ ନାୟକ, ଭବେଶ ଚନ୍ଦ୍ର ପଣ୍ଡା, ସେଖ୍ ଆଲାଉଦ୍ଦିନ, ବସନ୍ତ କୁମାର ନାୟକ, ଶ୍ରୀରାମ ପ୍ରସାଦ ଦାଶ, ସାବିତ୍ରୀ ଦାସ, ସ୍ୱର୍ଣ୍ଣଲତା ସ୍ୱାଇଁ, କେଶବ ଚନ୍ଦ୍ର ମହାନ୍ତି, ଶଶାଙ୍କ ଶେଖର ଦତ୍ତ, ଦାମୋଦର ନାୟକ, ଇଂ. ଗୌରାଙ୍ଗ ସାହୁ, ଇଂ. ଶ୍ରୀହରି ଚରଣ ଭୂୟାଁ, ଶିପ୍ରା ନନ୍ଦୀ, ଯଶୋଦା ନନ୍ଦନ ଆସ, ଦୁକୁଲ ଚନ୍ଦ୍ର ଘଡ଼େଇ, ଡା. ତାରାକାନ୍ତ ନନ୍ଦ, ବିନୋଦ କୁମାର ଦାସ, ଅକ୍ଷୟ କୁମାର କର, କାମିନୀକାନ୍ତ ପାଢ଼ୀ, ପ୍ରଫୁଲ ଦାସ, ସତ୍ୟନାରାୟଣ ନାୟକ, ଉର୍ମିଳା ନାୟକ, ଅଜିତ କୁମାର ସେନ ପ୍ରମୁଖ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପଦ୍ମଲୋଚନ ଦତ୍ତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ