୭୩ତମ ଜନ ରାଜ୍ୟ ଦିବସ ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-୭୩ତମ ଜନରାଜ୍ୟ ଦିବସ ହିଞ୍ଜିଳିକାଟୁ ପ୍ରେସ କ୍ଳବ ପକ୍ଷରୁ ପ୍ରେସକ୍ଳବ ଭବନ ପରିସରରେ କୋଭିଡ଼ କଟକଣା ଅନୁଯାୟୀ ପାଳନ କରାଯାଇଛି । ବରିଷ୍ଠ ସାମ୍ବାଦିକ ବିଭୁପ୍ରସାଦ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ଦ୍ୱିତୀକୃଷ୍ଣ ପଣ୍ଡା ପତକା ଉତ୍ତୋଳନ କରିବା ଗଣତନ୍ତ୍ର ଦିବସ ପାଳନର ଯଥାର୍ଥତା ସର୍ମ୍ପକରେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାମ୍ବାଦିକ ଶେଷଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ ଅଜିତ କୁମାର ପଟ୍ଟନାୟକ, ବିଶ୍ୱମ୍ବର ସାହୁ, ଲଳିତ ମୋହନ ପୋଲାଇ, ପ୍ରିୟବ୍ରତ ପଣ୍ଡା, ପ୍ୟାରୀମୋହନ ପାଢି, ସୁଦର୍ଶନ ନାୟକ, ସୁଶାନ୍ତ କୁମାର ପ୍ରଧାନ, ଶଙ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପୌର ପରିଷଦ କାର୍ଯ୍ୟାଳୟରେ ପୌର ପ୍ରଶାସିକା ଲିନା କୁମାରୀ ଖେସ୍‌, ବ୍ଳକ କାର୍ଯ୍ୟାଳୟରେ ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲ କାର୍ଯ୍ୟାଳୟରେ ତହସିଲଦାର ପ୍ରଭାତ କୁମାର ପରିଡ଼ା,ଉପଖଣ୍ଡ ଚିକିତ୍ସାଳୟରେ ଭାରପ୍ରାପ୍ତ ଅଧିକ୍ଷକ ଡ଼ା ପ୍ରତିଭା ପାତ୍ର, ଜେଏମଏଫସି ନ୍ୟାୟଳୟରେ ବିଚାରପତି ଦିପ୍ତିମିୟୀ ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ ଓ ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟରେ ବିଇଓ ଏସ. ଗିରିଧର, ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟରେ ପି. ରାମା ରାଓ, ଏନଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ମିନତି ପାତ୍ର, ଆଙ୍କୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୁଧିଷ୍ଟିର ସ୍ୱାଇଁ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ପାଦକ ଇ. ରାମା ରାଓ, କଞ୍ଚୁରୁ ଉଚ୍ଚ ବିଦ୍ୟାଳୟରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁ ଅରକ୍ଷିତ ପଣ୍ଡା , ମକରଝୋଳ ହାଇସ୍କୁଲରେ ପରିଚାଳନା କମିଟି ସଭାପତି ପାଟା ବୁଲୁ, ଶାସନଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଅରୁଣ କୁମାର ପଟେଲ, କେନ୍ଦ୍ରୀୟ ବିଦ୍ୟାଳୟରେ ବିଡ଼ିଓ ସୁବ୍ରତ କୁମାର ଜେନା, ବୁରୁପୋଡ଼ା ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟରେ ଆର.ଆଇ ସୁଧାଂଶୁ ଶେଖର ପାଣିଗ୍ରାହୀ, ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟରେ ଅଧିକ୍ଷଣ ଯନ୍ତ୍ରୀ ଇଂ. ନରୋତ୍ତମ ପଟ୍ଟନାୟକ, ଥାନାରେ ଆଇଆଇସି ଅଭିମନ୍ୟୁ ଦାସ, ଏସବିଆଇ ଶାଖା କାର୍ଯ୍ୟାଳୟରେ ଭାରତୀୟ ଷ୍ଟେଟବ୍ୟାଙ୍କ, ବ୍ରହ୍ମପୁରର କ୍ଷେତ୍ରୀୟ ପ୍ରବନ୍ଧକ ଚନ୍ଦ୍ରମଣି ବାରିକ ଜାତୀୟ ପତକା ଉତ୍ତୋଳନ କରିଥିଲେ । ଏଥି ସହ ଦୁର୍ବନ୍ଧ ଉଚ୍ଚ ବିଦ୍ୟାଳୟ, ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠ, ପୋଡ଼ିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟ, ବୁରୁପୋଡ଼ା ଭଗବତି ବିଦ୍ୟାପିଠ, ସ୍ଥାନୀୟ ପୌରାଞ୍ଚଳ ଓ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନ, ପଞ୍ଚାୟତ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୭୩ ତମ ଜନରାଜ୍ୟ ଦିବସ ମହାସମାରୋହରେ ପାଳନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ