ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ ଶିବିର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବୁଧବାର ଭାରତୀୟ ଷ୍ଟେଟ ବ୍ୟାଙ୍କ ହିଞ୍ଜିଳିକାଟୁ ଶାଖା ପକ୍ଷରୁ ବ୍ୟାଙ୍କ ପରିସର ମଧ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଷ୍ଟେଟବ୍ୟାଙ୍କ, ବ୍ରହ୍ମପୁରର କ୍ଷେତ୍ରୀୟ ପ୍ରବନ୍ଧକ ଚନ୍ଦ୍ରମଣି ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବରକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ବରିଷ୍ଠ ସ୍ତ୍ରୀ ଓ ପ୍ରସୂତୀ ବିଭାଗୀୟ ଚିକିତ୍ସକ ଡ଼ାକ୍ତର ମାଧବ କୁମାର ସାହୁ ଓ ଡ଼ାକ୍ତର ପବିତ୍ର ଦେବ ଚର୍କବର୍ତ୍ତୀ ଯୋଗଦେଇ ୫୬ଜଣ ପେନସନ ଉପଭୋଗୀଙ୍କ ସମେତ ୬୮ ଜଣ ବରିଷ୍ଠ ନାଗରିକଙ୍କ ରକ୍ତଚାପ, ମଧୁମେହ ସମେତ ସାଧାରଣ ରୋଗଭଳି ବିଭିନ୍ନ ରୋଗର ନିଦାନ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷକ୍ଷ ବିତରଣ କରାଯାଇଥିଲା । ବ୍ୟାଙ୍କ ସିଏସଆର ଯୋଜନା ମାଧ୍ୟମରେ ସିକରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ୫ଟି ଚୌକି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଏସବିଆଇ ହିଞ୍ଜିଳିକାଟୁ ଶାଖା ପରିଚାଳକ ସତ୍ୟାଶିଷ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସିକରି ଶାଖା ପରିଚାଳକ ସୁବ୍ରତ ପାଣିଗ୍ରାହୀ, ବ୍ୟାଙ୍କ ଆଇନଜୀବି ରାମଚନ୍ଦ୍ର ମହାପାତ୍ର, କୌଳାସ ଚନ୍ଦ୍ର ପୋଲାଇ, ତରୁଣ କୁମାର ପଣ୍ଡା, ଡ଼େପୁଟି ମ୍ୟାନେଜର ସଙ୍ଗିତା ମହାପାତ୍ର, ସନ୍ତୋଷ କୁମାର କର, ସୁଧାକର ପଟ୍ଟନାୟକ, ହରପ୍ରିୟା ଲେଙ୍କା, ସୁରଥ ନାୟକ, ସୁବାଷିନି ରେଡ୍ଡି ଓ ବ୍ୟାଙ୍କ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।