ଫେବ୍ରୁଆରୀ ପହିଲାରୁ ଜନସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ନିମାପଡା, (ସନ୍ତୋଷ ଦାଶ) :-ପ୍ରତୀକ୍ଷାର ଅନ୍ତ କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ଖୁସି ଭରିଯାଇଛି I ଶୁକ୍ରବାର ସରକାରଙ୍କ ନିଷ୍ପତିରେ, ଆସନ୍ତା ଫେବୁଆରି ପହିଲାରୁ ଭକ୍ତମାନେ ପୁଣି କରିପାରିବେ ଜଗାଦର୍ଶନ । ଆସନ୍ତା ଫେବ୍ରୁଆରୀ 1ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର । ଏନେଇ ଶୁକ୍ରବାର ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ନେଇ ହୋଇଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ସୂଚନା ଅନୁଯାୟୀ ପୂର୍ବଭଳି ରବିବାର ଶ୍ରୀମନ୍ଦିରରେ ଜଗାଦର୍ଶନ ବନ୍ଦ ରହିବା ସହ ସପ୍ତାହରେ ୬ଦିନ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବା ସହ ଜଗା ଦର୍ଶନ ପାଇବେ । ସେହି ପରି ପୂର୍ବଭଳି ପୁରୀ ଜିଲ୍ଲାବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ କୋଭିଡ ନିୟମ ମାନି ପ୍ରବେଶ କରିପାରିବେ । ଅନ୍ୟ ସମସ୍ତ ଅଞ୍ଚଳର ଭକ୍ତ ମାନେ କୋଭିଡ୍ କଟକଣା ମାନିବା ସହ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ । ନିୟମ ଅନୁଯାୟୀ ମନ୍ଦିରରେ ପ୍ରବେଶ କରିବାକୁ ହେଲେ କୋଭିଡ୍ ଗାଇଡଲାଇନ୍ କଡାକଡି ଭାବେ ପାଳନ କରିବାକୁ ହେବ ବୋଲି କୁହାଯାଇଛି । ଫଳରେ ଶ୍ରାଦ୍ଧଲୁଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ