କଂଗ୍ରେସ ଓ ସିପିଆଇ ମେଣ୍ଟର ନିର୍ବାଚନୀ ପ୍ରଚାର
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ବନ୍ତ ବ୍ଲକ ୧୬ନଂ.ଜୋନ୍ର ଜାତୀୟ କଂଗ୍ରେସ ଜିଲା ପରିଷଦ ପ୍ରାର୍ଥିନୀ ରୁବିନା ନାୟକଙ୍କ ଉଦ୍ଦେଶ୍ୟରେ ପଧାନପଡା ପଞ୍ଚାୟତରେ କଂଗ୍ରେସ ଓ ସିପିଆଇ ମେଣ୍ଟ ପକ୍ଷରୁ ନିର୍ବାଚନୀ ପ୍ରଚାର ଶୁଭାରମ୍ଭ ହୋଇଛି । ପଧାନପଡା ପଞ୍ଚାୟତ ମାଳତୀରାସ୍ଥିତ ସୟଦ ମନ୍ସୁର ସା ବାବାଙ୍କ ପୀଠରେ ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁଙ୍କ ଆବାହକତ୍ୱରେ ଅନୁଷ୍ଠିତ ନିର୍ବାଚନୀ ପ୍ରଚାରକୁ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଉଦ୍ଘାଟନ କରିଥିଲେ । ଏଥିରେ ବ୍ଲକ କଂଗ୍ରେସ ଉପସଭାପତି ନିରଞ୍ଜନ ମଲ୍ଲିକ, ବିକାଶ ମଞ୍ଚର ସରପଞ୍ଚ ପ୍ରାର୍ଥୀ ସୁଧାଂଶୁ ଶେଖର ସେଠୀ, ସମିତି ସଭ୍ୟା ପ୍ରାର୍ଥିନୀ ସବିହା ଖାତୁନ୍, ସିପିଆଇର ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ସମିତି ସଭ୍ୟ ରତିକାନ୍ତ ଜେନା, ସିପିଆଇ ଶାଖା ସଂପାଦକ ଅନିରୁଦ୍ଧ ଜେନା, ସନାତନ ଜେନା, ପଞ୍ଚାୟତ କଂଗ୍ରେସ ସଭାପତି ରାହୁଲ ଅମିନ୍ ସିଦ୍ଧିକ୍, ସୟଦ ଖାଁ, ସେକ୍ ଆଲ୍ଲାଉଦ୍ଦୀନ, ସେକ୍ ସବୀର, ସୁକାନ୍ତୀ ପଢିଆରୀ, ନେତ୍ରାନନ୍ଦ ପଲେଇ, ମାଳତୀ ଜେନା, ଉଚ୍ଛବ ଜେନା, ୟାକୁବ୍ ଖାଁ, ସେକ୍ ଇସୁବ୍, ୟୁସୁବ୍ ଖାଁ, ଛାତ୍ର ନେତା ସାଦ୍ଦ୍ ସିଦ୍ଧିକ୍ଙ୍କ ସମେତ ସିପିଆଇ ଓ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ ।


