ବ୍ଲକ କାର୍ଯ୍ୟାଳୟରେ ମିଳୁନି ଚୁଡାନ୍ତ ସରପଞ୍ଚ ପ୍ରାର୍ଥୀ ତାଲିକା

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ସାରିଛି । ହେଲେ ବନ୍ତ ବ୍ଲକ କାର୍ଯ୍ୟାଳୟରେ ଚୁଡାନ୍ତ ସରପଞ୍ଚ ପ୍ରାର୍ଥୀ ତାଲିକା ମିଳୁ ନଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ୨୫ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ବ୍ଲକ କାର୍ଯ୍ୟାଳୟ କାନ୍ଥରେ ୨୫ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ମାନଙ୍କର ଚୁଡାନ୍ତ ପ୍ରାର୍ଥୀ ତାଲିକା ଲଗାଯାଇଥିଲା । ସେହିଦିନ ଠାରୁ ଅଦ୍ୟାବଧି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ମାନେ ବ୍ଲକ ଅଫିସ ଦୌଡୁ ଥିଲେ ମଧ୍ୟ ସେମାନଙ୍କୁ ସରପଞ୍ଚ ପ୍ରାର୍ଥୀ ତାଲିକା ମିଳୁପାରୁନାହିଁ । ଫୋନ୍ କଲେ ବିଡିଓ କିମ୍ବା ଏବିଡିଓ ଫୋନ୍ ଧରୁ ନାହାନ୍ତି । ବ୍ଲକ ଅଫିସ ଯାଇ ଜିପିଇଓଙ୍କୁ ତଥ୍ୟ ମାଗିଲେ ସେ ଏବିଡିଓଙ୍କ ପାଖରେ ଅଛି ବୋଲି କହୁଛନ୍ତି । ଏବିଡିଓଙ୍କୁ ପଚାରିଲେ ତାଙ୍କ ପାଖରେ ନାହିଁ ବୋଲି ସେ କହୁଛନ୍ତି । ମୁଖ୍ୟ କିରାଣୀଙ୍କୁ ପଚାରିଲେ ସେ ତଥ୍ୟ ପଞ୍ଚାୟତରେ ମିଳିବ ବୋଲି କହୁଛନ୍ତି । ସବୁ ପରେ ବିଡିଓଙ୍କୁ ପଚାରିଲେ ଏତଥ୍ୟ ପଞ୍ଚାୟତରେ ମିଳିବ ବୋଲି କହୁଛନ୍ତି । ତେବେ ଗଣମାଧ୍ୟମ ପ୍ରତିନିଧି ହେଉ କିମ୍ବା ସାଧାରଣ ଲୋକଟିଏ ହେଉ ସେମାନେ ୫୦ କିମି ବୁଲି ୨୫ ପଞ୍ଚାୟତରୁ ଚୁଡାନ୍ତ ପ୍ରାର୍ଥୀ ତାଲିକା ସଂଗ୍ରହ କରିବା କେତେ ଯୁକ୍ତିଯୁକ୍ତ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ତଥା ରାଜ୍ୟ ନିର୍ବାଚନ କମିଶନର ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ