୭୩ ତମ ସାଧାରଣ ତନ୍ତ୍ର ଦିବସ ସମାରୋହ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ଦିତୀୟ ବୃହତ୍ତମ ବାମନଘାଟି ଉପଖଣ୍ଡର ସଦର ମହକୁମା ରାଇରଙ୍ଗପୁରସ୍ଥ ଷ୍ଟାଡିୟମ ପଡିଆରେ ଉପଖଣ୍ଡସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ -୨୦୨୨ ନିରାଡମ୍ବର ମଧ୍ୟରେ ମଧ୍ୟରେ କୋଭିଡ-୧୯ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ସୀମିତ ସଂଖ୍ୟକ ଅତିଥି ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ କଚେରୀ ପଡିଆ ଠାରେ ପୂର୍ବାହ୍ନ ଘ୮.୩୦ ସମୟରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରି ବାମନଘାଟି ଉପଖଣ୍ଡର ସମସ୍ତ ଜନସାଧାରଣଙ୍କୁ ଏହି ପବିତ୍ର ଦିବସ ଶୁଭ ଅବସରରେ ଶୁଭ ଅଭିନନ୍ଦନ ଜଣାଇ ଜନସାଧାରଣଙ୍କ ଉଦ୍ଦେଶ୍ୟ ରେ ଅଭିଭାଷଣ ପ୍ରଦାନ କରିଥିଲେ । ସେ ତାଙ୍କ ବକ୍ତବ୍ୟ ରେ ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ବୋଷ, ଜବାହାରଲାଲ ନେହେରୁ, ଲାଲବାହାଦୂର ଶାସ୍ତ୍ରୀ, ସର୍ଦାର ବଲ୍ଲଭ ଭାଇ ପଟେଲ, ଡଃ ବି ଆର ଆମ୍ବେଦକର, ଡଃ ହରେକୃଷ୍ନ ମହତାବ, ବିଜୁପଟନାୟକ, ଗୋପବନ୍ଧୁ ଦାସ, ଇତ୍ୟାଦି ଭାରତ ପାଇଁ ସ୍ୱାଧୀନତା ଆଣିଥିବା ସ୍ୱାଧୀନତା ସଂଗ୍ରାମୀ ତଥା ମହାମନୀଷୀଙ୍କ ଦେଶଭକ୍ତି, ତ୍ୟାଗ ଓ ବଳିଦାନର ସ୍ମୃତି ଚାରଣ କରି ସେମାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଆମ ଉତ୍କଳର ମାତା ବହୁସନ୍ତାନ ମଧ୍ୟ ସଂଗ୍ରାମରେ ଝାସ ଦେଇ ଶହୀଦ ହୋଇଛନ୍ତି । ସେମାନଙ୍କୁ ଚିର ପ୍ରଣାମ । ଉପଜିଲ୍ଲାପାଳ ତାଙ୍କ ବକ୍ତବ୍ୟ ରେ ଉଲ୍ଲେଖ କରିଥିଲେ୧୯୫୦ ମସିହା ଜାନୁଆରୀ ୨୬ ରେ ଆମ ଦେଶର ସମ୍ବିଧାନ କାର‌୍ୟ୍ୟକାରୀ ହୋଇଥିଲା ଏବଂ ଗଣତନ୍ତ୍ର ଓ ସାର୍ବଭୌମକୁ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ କାର‌୍ୟ୍ୟକାରୀ ହୋଇଥିଲା । ଆମ ସମ୍ବିଧାନରେ ସର୍ବୋଚ ଆଇନ ଓ ଆମେ ଯେ କୌଣସି ଜାତି, ଧର୍ମ, ଲିଙ୍ଗ,ଭାଷା ବସତି ହେଲେ ମଧ୍ୟ ଆମେ ସମସ୍ତେ ଭାରତୀୟ । ଆମ ଦେଶର ଏକତା ଅଖଣ୍ଡତା ଵଜାୟ ରଖିବା ସଙ୍ଗେ ସଙ୍ଗେ ଦେଶର ସର୍ବାଙ୍ଗିନ ଉନ୍ନତି ପାଇଁ ଶପଥ ନେବା ଏବଂ ନିଜ ଓ ସମାଜର ଅଭିବୃଦ୍ଧି ପାଇଁ ଚିନ୍ତା କରିବା ସହ ସମସ୍ତଙ୍କର ଭବିଷ୍ୟତ ବିଷୟରେ ଚେଷ୍ଟା କରିବା ଦରକାରବୋଲି କହିଥିଲେ । ଏଣୁ ସମସ୍ତେ ଶାନ୍ତିରେ ଵସବାସ କରିବା ଓ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଭବିଷ୍ୟତ ଉଜ୍ଜ୍ବଳମୟ କରିପାରିବା ବୋଲି ଅଭିଭାଷଣରେ କହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଉପଖଣ୍ଡର କୋଭିଡ ମହାମାରୀ ସମୟରେ ଉଲ୍ଲେଖନୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିବା ଡାକ୍ତର, ଷ୍ଟାଫ ନର୍ସ, ଲେଡି ହେଲଥ ଭିଜିଟର ଲାବୋରା୍ଟୋରୀ ଟେକନିସିଆନ, ଡାଟା ଏଣ୍ଟ୍ରି, ସଫେଇ କର୍ମଚାରୀ କୋଭିଡ ଯୋଦ୍ଧାଙ୍କୁ ପୁଷ୍ପ ଗୁଚ୍ଛ ଓ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରିଥିଲେ । ଶେଷରେ ସମସ୍ତ ଜନସାଧାରଣଙ୍କୁ କୋଭିଡ ନିୟମ କୁ କଡା କଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ସହିତ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋରଂଜନ ଵିଶ୍ୱାଳ, ରାଇରଙ୍ଗପୁର ପୌର ଅଧିକାରୀ ଧର୍ମେନ୍ଦ୍ର ଶତପଥୀ, ଏସଡିପିଓ ରତିକାନ୍ତ ଗିରି, ରାଇରଙ୍ଗପୁର ଟାଉନଥାନା ଅଧିକାରୀ ଅଭୟ ସୁଦର୍ଶନ ବାଗେ, ସହିତ ଆଜିର କାର୍ଯ୍ୟକ୍ରମ ସଫଳତା ପଛରେ ଆମ ସମସ୍ତଙ୍କ ଦଳଗତ ମିଳିତ କାମ ଉତ୍ସାହର ଫଳ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡର ବିଭିନ୍ନ ବିଭାଗୀୟ ପଦାଧିକାରୀ, ଅଧ୍ୟାପକ, ଅଧ୍ୟାପିକା ଶିକ୍ଷକ ଶିକ୍ଷୟତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ତଥା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଗଣ ଉପସ୍ଥିତ ଥିଲେ । ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତିଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଗୁଡିକ ସମ୍ପାଦିତ ହୋଇଥିଲା ।ଶିକ୍ଷକ ରଂଜନ ନନ୍ଦ ମଂଚ ପରିଚାଳନା କରିଥିଲେ ଏବଂ ତାଙ୍କ ସହିତ ବିଭାଗୀୟ କର୍ମଚାରୀ ମହାପାତ୍ର ବାବୁ, ପ୍ରଫୁଲ୍ଲ ସାହୁ, ସଂଗ୍ରାମ ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସ଼ହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ