କୃଷି କର୍ମଚାରୀଙ୍କୁ ପ୍ରଶିକ୍ଷଣ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକ କୃଷି କାର୍ଯ୍ୟାଳୟ ଠାରେ ଗ୍ରାମ୍ୟ କୃଷିକର୍ମଚାରୀ ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଅତିରିକ୍ତ କୃଷି ଅଧିକାରୀ ଶ୍ରୀଧର ଦାସ, ଧାମନଗର ଜିଲ୍ଲା କୃଷି ଅଧିକାରୀ ପୁର୍ଣ୍ଣଚନ୍ଦ୍ର ସାହୁ, ରାଧାରମଣ ମହନ୍ତ ପ୍ରମୁଖ ଯୋଗଦେଇ ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କୁ ଅନଲାଇନ ସମ୍ପର୍କୀତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ୧୦ରୁ୧୫ଜଣ କୃଷି କର୍ମଚାରୀ ଯୋଗ ଦେଇଥିଲେ । କାର୍ଯ୍ୟାଳୟ କର୍ମଚାରୀ ମାୟାଧର ଦାସ ଓ ଅନ୍ୟମାନେ ପରିଚାଳନା କରିଥିଲେ ।


