ତେସିଙ୍ଗାରେ ବିଜେଡିର ମିଶ୍ରଣ ପର୍ବ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଂଚାୟତ ଠାରେ ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ସଭାପତି ଦୟାନିଧି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ୨୫ଗୋଟି ପରିବାର ଅନ୍ୟ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ବିଜେଡି ଉପସଭାପତି ପ୍ରଣୀତ କାନ୍ତି ସାମଲ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିବା ବେଳେ ଆଗାମୀ ଦିନରେ ବିଜେଡି ସମର୍ଥିତ ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ବରିଷ୍ଠ ବିଜେଡି ନେତା ରଥ ଦାସ, ରାଜେନ୍ଦ୍ର ଖଣ୍ଡାଇ, ନାରାୟଣ ଦାସ, ସରପଞ୍ଚ ପ୍ରାର୍ଥୀ ଧନେଶ୍ୱର ଖୁଣ୍ଟିଆ, ଦିନେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହାଛଡା ପଞ୍ଚାୟତ ଅଂଚଳର ଅନେକ ଛାମୁଆ କର୍ମୀ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ