୨୦୦ରୁ ଉର୍ଦ୍ଧ ଭାଜପା କର୍ମୀ ବିଜେଡିରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ତରଙ୍ଗଡା ପଞ୍ଚାୟତ ଅନ୍ତର୍ଗତ ଆମ୍ବାଝରି ଓ ଅଣ୍ଡରସିଂ ଗ୍ରାମର ପ୍ରାୟ ୨୦୦ରୁ ଉର୍ଦ୍ଧ ଭାଜପା କର୍ମୀ ବିଜେଡିରେ ଯୋଗଦେଇଥିବାର ଜଣାପଡିଛି । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବିଜେଡି ନେତା ଡ. ତିରୁପତି ପାଣିଗ୍ରାହୀ, ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ, ଜୋନ ନଂ-୪ର ଜିଲ୍ଲାପରିଷଦ ବିଜେଡି ପ୍ରାର୍ଥୀ ସନ୍ଧ୍ୟା ଶବର ପ୍ରମୁଖଙ୍କ ଉପସ୍ଥିତିରେ ୨୦୦ରୁ ଉର୍ଦ୍ଧ ଭାଜପା କର୍ମୀ ଦଳ ଛାଡି ବିଜେଡିରେ ଯୋଗଦେଇ ଥିବାର ଜଣାପଡିଛି । ଠିକ୍ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏଭଳି ଦଳ ପରିବର୍ତ୍ତନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଅଛି । ମିଶ୍ରଣ ପରେ ଏମାନେ କହିଛନ୍ତି ଯେ, ବିଜୁଜନତା ଦଳ ୨ଦଶନ୍ଧି ମଧ୍ୟରେ ଆମ୍ଭ ଅଞ୍ଚଳରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମମତା, ମିଶନ ଶକ୍ତି, କାଳିଆ ଭଳି ଅନେକ ଯୋଜନା ଗୁଡିକର ଶୁଭାରମ୍ଭ କରି ଲୋକଙ୍କ ସେବା କରିଆସୁଛନ୍ତି । ଏହା ଦ୍ୱାରା ଲୋକେ ମଧ୍ୟ ସିଧାସଳଖ ଉପକୃତ ହୋଇପାରୁଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ନେତା ମାନଙ୍କୁ ସମର୍ଥନ କରି ବିଜେଡିରେ ସାମିଲ ହେଲୁ ବୋଲି ଭାଜପା ଦଳ ପରିତ୍ୟାଗ କରିଥିବା ଏହି କର୍ମୀମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ