ଟିଉସନ ମାଷ୍ଟ୍ରେ ଗୌରାଙ୍ଗ ସାରଙ୍କ ପରଲୋକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ଗ୍ରାମର ଟିଉସନ ମାଷ୍ଟ୍ରେ ଭାବେ ପରିଚିତ ଗୌରାଙ୍ଗ ଦାସଙ୍କର ଏକ ସଡକ ଦୁର୍ଘଟଣାରେ ପରଲୋକ ଘଟିଛି । ସେ ଜଣେ ନାମମାତ୍ର ଚାଷୀ ଭାବେ ପରିଚିତ ଥିବା ବେଳେ ଆଖପାଖ ଅଞ୍ଚଳରେ ଟିଉସନ କରି ପରିବାର ପ୍ରତିପୋଷଣ କରୁଥିଲେ । ଗତ ୧୪ତାରିଖ ଦିନ ଗୌରାଙ୍ଗ ଟିଉସନ ସାରି ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥର ବହୁଦରଡା ଠାରେ ତାଙ୍କୁ ଏକ ସ୍କୁଟି ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଓ ପରେ କଟକ ନିଆଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ସେଠାରୁ ଗୌରଙ୍ଗଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ପଠା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି । ଟିଉସନ ସାରଙ୍କ ମୃତ୍ୟୁ ଖବର ପାଇ ଅଂଚଳର ଭାସ୍କର ଚନ୍ଦ୍ର ଦାସ, ଶରତ ମହାନ୍ତି, ପ୍ରସନ୍ନ ରାଉତ, ଅମୂଲ୍ୟ ନାୟକ, ସାହୁନ ମହାପାତ୍ର, ବିଜୟ ଖିଲାର, ମୁକ୍ତିକାନ୍ତ ସାହୁ, ବିକାଶ ସାମଲ, ସୁଧାକର ମହାପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।