୩ ସମିତି ସଭ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ହେବ କଡ଼ା ଟକ୍କର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ସହର ଉପକଣ୍ଠରେ ରହିଛି ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ । ଏହି ପଞ୍ଚାୟତରେ ମୁଖ୍ୟତଃ ୨୦ଟି ୱାର୍ଡ ରହିଛି । ସେହିପରି ଏହି ପଞ୍ଚାୟତରେ ଶ୍ୟାମସୁନ୍ଦରପୁର, ଦୂତିଆଳ, ପୁରୁଷୋତ୍ତମପୁର, ମରଡ଼ପୁର ଓ ହାଲପୁର ପ୍ରଭୃତି ରାଜସ୍ୱ ଗ୍ରାମ ରହିଛି । ଏହି ପଞ୍ଚାୟତର ସମିତି ସଭ୍ୟ ପଦରେ ଏବେ ୩ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି ତିନି ଜଣ ପ୍ରାର୍ଥୀ ହେଉଛନ୍ତି ଉର୍ମିଳା ସେଠୀ, ଅମ୍ବିକା ସେଠୀ ଓ ସଜନୀ ମଲିକ । ଏହି ପଞ୍ଚାୟତରେ ସମିତିସଭ୍ୟ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ପଞ୍ଚାୟତରେ ମୁଖ୍ୟତଃ ଗମନାଗମନ, ପରିମଳ, ପାନୀୟ ଜଳ, ଆଲୋକୀକରଣ ଭଳି ସମସ୍ୟା ରହିଛି । ସମିତିସଭ୍ୟ ପ୍ରାର୍ଥୀ ଉର୍ମିଳା ସେଠୀଙ୍କ ମତରେ ଉତ୍ସବେ ବ୍ୟସନେ ଚୈବ ଦୁର୍ବିକ୍ଷେ ରାଷ୍ଟ୍ର ବିଳ୍ପପେ, ରାଜଦ୍ୱାରେ ଯଃ ତିଷ୍ଟତି ସଃ ବାନ୍ଧବଃ । ସେ କହିଛନ୍ତି ଯେ ମୁଁ ଲୋକମାନଙ୍କ ସୁଃଖ ଦୁଃଖର ସାଥୀ ହେବା ପାଇଁ ଏହି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛି । ଲୋକଙ୍କ ଯେକୌଣସି ସମସ୍ୟା ରହିବ ତାହାକୁ ସମାଧାନ କରିବା ପାଇଁ ମୁଁ ଚେଷ୍ଟା କରିବି । ଅନ୍ୟ ଜଣେ ପ୍ରାର୍ଥୀ ଅମ୍ବିକା ସେଠୀ କୁହନ୍ତି ପ୍ରତି ଗାଁରେ ଶୌଚ୍ଚାଳୟ କରିବି । କାରଣ ମୁଁ ଦେଖୁଛି ଲୋକମାନେ ବିଲରେ ମଳତ୍ୟାଗ କରୁଛନ୍ତି । ଏହାଦ୍ୱାରା ପରିବେଶ ପ୍ରଦ୍ୟୁଷଣ ହେଉଛି । ସେହିପରି ପ୍ରତି ୱାର୍ଡରେ ଆବର୍ଜନା କୁଣ୍ଡ ରଖିବି । ୩୩୫ ଲୋକଙ୍କର ବାକିଥିବା ଗ୍ରାମୀଣ ଆବାସ ଯୋଜନାରେ ଘର କରାଇ ଦେବି । ପଞ୍ଚାୟତର ମହିଳାମାନଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରିବି । ଅନ୍ୟ ଜଣେ ପ୍ରାର୍ଥୀ ସଜନୀ ମଲିକ କୁହନ୍ତି ବୃଦ୍ଧବୃଦ୍ଧାମାନଙ୍କ ସେବା କରିବି । ସେମାନଙ୍କ ପାଇଁ ରହିଥିବା ସମସ୍ତ ଯୋଜନା କାର୍ଯ୍ୟକାରୀ କରାଇବି । ସବୁ ଲୋକଙ୍କୁ ଆବାସ ଯୋଜନା ପ୍ରଦାନ କରିବି । ଏଥିସହ କୌଣସି ଲୋକ ଯେପରି ଭତ୍ତା ପାଇବାରୁ ବଞ୍ଚିତ ନ ହେବେ ସେଥିପ୍ରତି ଆବଶ୍ୟକ ଧ୍ୟାନ ଦେବି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ