ସମିତି ସଭ୍ୟା ଭାବେ ଲଢୁଥିବା ପେଦିନୀ ପାର୍ବତୀଙ୍କ ପାଇଁ ବୁଦ୍ଧିଜୀବୀଙ୍କ ବୈଠକ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ବଡଖଣ୍ଡି ପଂଚାୟତର ସମିତିସଭ୍ୟା ପ୍ରାର୍ଥୀନୀ ପି. ପାର୍ବତୀଙ୍କୁ ସମର୍ଥନ ଜଣାଇ ଆଜି ବ୍ରହ୍ମପୁର ଏନଜିଓ ହଲ ଠାରେ ବିଭିନ୍ନ ଗଣସଂଗଠନ ନେତୃବୃନ୍ଦ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି l କ୍ଷମତା, ଅର୍ଥ ଓ ବାହୁବଳରେ କ୍ଷମତା ଦଖଲ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ହେଉଥିବା ସମୟରେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ବଡଖଣ୍ଡି ପଞ୍ଚାୟତ ସମିତିସଭ୍ୟା ପାଇଁ ନରେଗା ଶ୍ରମିକ କୁମାରୀ ପେଦିନୀ ପାର୍ବତୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବା ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇଛି । ପେଦିନୀ ପାର୍ବତୀ ଆର୍ଥିକ ଅନଗ୍ରସର ଶ୍ରେଣୀରୁ ଆସିଥିଲେ ମଧ୍ୟ ମନରେଗା ଶ୍ରମିକ, ନିର୍ମାଣ ଶ୍ରମିକ, କୃଷକ ଓ ମହିଳାମାନଙ୍କ ଅଧିକାର ପାଇଁ ସଂଘର୍ଷ କରି ଆସୁଛନ୍ତି । ଫସଲର ଅଭାବୀ ବିକ୍ରି ବିରୁଦ୍ଧରେ କୃଷକ ମାନଙ୍କୁ ସଚେତନ କରି ଆନ୍ଦୋଳନ କରିବା, ସଂଯୁକ୍ତ କୃଷକ ମୋର୍ଚ୍ଚା ନେତୃତ୍ୱରେ ତିନି କଳା କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ସମଗ୍ର ଗଞ୍ଜାମ ଜିଲ୍ଲାରେ ସଂଘର୍ଷ କୁ ବ୍ୟାପକ କରିବାରେ ପାର୍ବତୀଙ୍କ ଯଥେଷ୍ଟ ଭୂମିକା ରହିଛି l ହେତୁବାଦୀ ଓ ମାନବ ବାଦୀ ସଂଗଠନ, ମାନବ ଅଧିକାର ସୁରକ୍ଷା ମଞ୍ଚର ବିଭିନ୍ନ ଜନ ଆନ୍ଦୋଳନରେ ସାମିଲ ହୋଇ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଛନ୍ତି । ଏଭଳି ଜଣେ ସକ୍ରିୟ ତଥା ଲଢୁଆ ସାଥୀ ପେଦିନୀ ପାର୍ବତୀ ଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରି ଜିତାଇ ଆଣିବାର ଆବଶ୍ୟକତା ରହିଛି ବୋଲି ସମସ୍ତ ନେତୃବୃନ୍ଦ ମତପୋଷଣ କରିଥିଲେ l ବଡଖଣ୍ଡି ଗ୍ରାମ ପଞ୍ଚାୟତର ସମସ୍ତ ବାସିନ୍ଦା ଏଭଳି ଜଣେ ଦକ୍ଷ ନେତୃତ୍ୱ କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବା ଆବଶ୍ୟକତା ରହିଛି ବୋଲି ସମସ୍ତେ ମତାମତ ପ୍ରଦାନ କରିଥିଲେ l ନିର୍ବାଚନ ପାଇଁ ଅତ୍ୟାବଶ୍ୟକୀୟ ଖର୍ଚ୍ଚ ପାଇଁ ଆର୍ଥିକ ସାହାଯ୍ୟ ସହ ଅଞ୍ଚଳକୁ ଯାଇ ପ୍ରଚାର କରିବାରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଏହି ବୈଠକରେ ହେତୁବାଦୀ ଓ ମାନବବାଦୀ ସଂଗଠନ ର ନାନ୍ଦେଷୁ ସେନାପତି, ମାନବ ଅଧିକାର ସୁରକ୍ଷା ମଞ୍ଚ ର ଆବାହକ ଅବନୀ ଗୟା, ଖାଉଟି ଫୋରମ୍ ର କାମେଶ୍ବର ରାଓ, ଜନ ଜାଗରଣ ଅଭିଜାନ ର ମଧୁସୂଦନ, ଦଳିତ ନେତା ଶିବରାମ, ଚାଷୀ ମୂଲିଆ ନେତା ନିରାକାର ନାୟକ, କୃଷକ ନେତା ଶଙ୍କର ସାହୁ, ସାମାଜିକ କର୍ମୀ ଶ୍ରୀନିବାସ ରାଓ, ଗଗନ ଚନ୍ଦ୍ର ମଲ୍ଲିକ, ସମାଜସେବୀ ପ୍ରଦୀପ କୁମାର ସାହୁ, କେ. ବାସଭା ରାଜୁ, ସଲ୍ଲା. କେଶବ ଲିଙ୍ଗମ, ଅରୁଣ ବେହେରା ଆଦି ବହୁ ସ୍ବେଛାସେବୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ